jayashree

ଡେଙ୍ଗ ବିଦ୍ୟାଳୟରେ ବନ୍ୟପ୍ରାଣୀ ସପ୍ତାହ ପାଳନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଡେଙ୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅମରାବତୀ ଇକୋ କ୍ଲବ ଓ ଜୁନିୟର ରେଡ୍‌କ୍ରସ ଆନୁକୂଲ୍ୟରେ ୬୯ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରକୃତିବନ୍ଧୁ ଶିକ୍ଷକ ତଥା ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ ସଂଯୋଜନା କରିଥିଲେ । ଏହି ପରିବେଶ ସନ୍ତୁଳନ ପାଇଁ ପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଅପରିହାର୍ଯ୍ୟ । ମୁଖ୍ୟତଃ ଜଙ୍ଗଲରେ ରହୁଥିବା ପ୍ରାଣୀଙ୍କ ଯୋଗୁଁ ଜୈବ ବିବିଧତା ବଜାୟ ରହିଥାଏ । ଜଙ୍ଗଲ ବିନା ଜଳବାୟୁ ପରିବର୍ତ୍ତନର ଆଶଙ୍କା ଅଧିକ । ତେବେ ପୃଥିବୀର ସ୍ଥାୟିତ୍ଵ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଥିବା ପ୍ରାଣୀଙ୍କ ସୁରକ୍ଷା ଲାଗି ପ୍ରତିବର୍ଷ ଅକ୍ଟୋବରରେ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଥାଏ । ଏହି ପ୍ରାଣୀମାନଙ୍କ ବିକାଶ ଲକ୍ଷ୍ୟ ନେଇ ଏହା ମାଧ୍ୟମରେ ସଚେତନତା ସୃଷ୍ଟି କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସପ୍ତାହ ବ୍ୟାପି ହୋଇଥିବା ବିଭିନ୍ନ ଦିନରେ ଆଲୋଚନାଚକ୍ର, ପ୍ରତିଯୋଗିତା, ସଚେତନତା ଶୋଭାଯାତ୍ରା, ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଲିଙ୍ଗରାଜ ନନ୍ଦ, ସମୀର ସେଠୀ, ଦୀପକ ସେନ ଧରୁଆ, ଶିକ୍ଷୟିତ୍ରୀ ରେଣୁକା ସାହୁ, କାନ୍ତି ଭୋଇ, ଦ୍ରୋପଦୀ ଭୋଇ, ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ କୃପାସିନ୍ଧୁ ମିଶ୍ର ପରିଚାଳନା କରିଥିବା ବେଳେ ଶିକ୍ଷକ ସୁଦର୍ଶନ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.