ବଲାଙ୍ଗିର, (କେପିଏନ୍ଏସ୍) : ଆନ୍ତର୍ଜାତିକ ମିଲେଟ୍ ବର୍ଷ ୨୦୨୩ ପାଳନ ଅବସରରେ ସ୍ଥାନୀୟ ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନରେ ଜିଲ୍ଲାସ୍ତରୀୟ ମିଲେଟ୍ ବ୍ୟଞ୍ଜନ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିରର ୭ଟି ବିଭିନ୍ନ ବ୍ଲକ୍ରୁ ୧୫ ଜଣ ପ୍ରତିଯୋଗୀ ଏଥିରେ ଯୋଗ ଦେଇଥିଲେ । ଏହି ଅବସରରେରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନର ପ୍ରିନ୍ସିପାଲ ସୁରେଶ କୁମାର୍ ଏକନାଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଓଡ଼ିଶା ମିଲେଟ୍ ମିଶନର ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସୁନନ୍ଦା ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।
ପ୍ରାୟ ୧୫ ଜଣ ପ୍ରତିଯୋଗୀଙ୍କ ଦ୍ଵାରା ୨୪ ଟି ବିଭିନ୍ନ ପ୍ରକାରର ମିଲେଟରେ ପ୍ରସ୍ତୁତ ଖାଦ୍ୟ ଯଥା ମିଲେଟ୍ ମଣ୍ଡା, ଆରିସା, କେକ୍, ସୁପ୍, ଆଲୁଚପ, ଖିରି ଏବଂ ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି କରିଥିଲେ । ସେହି ଭଳି ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଗତ ୨୯ ତାରିଖ ଦିନ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିଲା । ସଭା ଶେଷରେ ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ହୋଟେଲ ପରିଚାଳନା ପ୍ରତିଷ୍ଠାନର ଅଧ୍ୟାପକ ସାହିଲ ସାହୁ ଏବଂ ସତ୍ୟବତୀ ମିଶ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମିଲେଟ୍ ମିଶନର ଜିଲ୍ଲା ସଂଯୋଜକ ଯଶବନ୍ତ ନାଏକ ଓ ସମିଧା ଅଗ୍ରୱାଲ ତଥା ଅର୍ପଣ ଭଟ୍ଟାଚାର୍ଯ୍ୟ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ।