
ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଜନ କଲ୍ୟାଣ ମଣ୍ଡପ ବଲାଙ୍ଗିରଠାରେ ସନ୍ଧ୍ୟା ୫ରୁ ୬ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଶିକ୍ଷକ ଏକତା ଦିବସ ପାଳନ ହୋଇଯାଇଛି । ଏହି ସଭାରେ ସଭାନେତ୍ରୀ ଶାନ୍ତିଲତା ସାହୁ ଅଧ୍ୟକ୍ଷତା କରିଥିବା ବେଳେ ପରାମର୍ଶଦାତା ଆଚାର୍ଯ୍ୟ ପବିତ୍ର ସୁନା, ସହ ସମ୍ପାଦିକା ଅନୁପମା ପ୍ରହରାଜ, କୋଷାଧ୍ୟକ୍ଷ ଉପେନ୍ଦ୍ର ମେହେର, ମହିଳା ସେଲ ଅଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ପଟେଲ, ସାଙ୍ଗଠାନିକ ସମ୍ପାଦକ ଜୟଦେବ ବିଶି, ସାଧାରଣ ସମ୍ପାଦକ ହରେକୃଷ୍ଣ ରଥ, ସଂଯୋଜନା ମଧୁସୁଦନ ନାୟକ ସମସ୍ତଙ୍କ ଉପସ୍ଥିତିରେ ସଭା କାର୍ଯ୍ୟଟି ସମାପନ ହେଲା । ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷକଙ୍କ ଦାୟିତ୍ୱ, କର୍ତ୍ତବ୍ୟ ଓ ପାରଦର୍ଶିତା ଉପରେ ପରାମର୍ଶଦାତା ସମସ୍ତଙ୍କୁ ଅଭିଭାଷଣ ଦେଇଥିଲେ । ଏହା ସହିତ ଅନୁପମା ପ୍ରହରାଜ ଶିକ୍ଷକ ଏକତା ଓ ଶୃଙ୍ଖଳା ଉପରେ ମତାମତ ରଖିଥିଲେ । ଲକ୍ଷ୍ମୀପ୍ରିୟା ପଟେଲ ଶିକ୍ଷକ ସଂଘରେ ମହିଳା ଶିକ୍ଷୟତ୍ରୀଙ୍କ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ । କୋଷାଧ୍ୟକ୍ଷ ଉପେନ୍ଦ୍ର ମେହେର ଶିକ୍ଷକ ସମାଜ କିଭଳି ସଂସ୍କାର ଓ ପ୍ରାଥମିକ ଶିକ୍ଷାର ପ୍ରଗତି ହେବ, ସେ ଉପରେ ଅଭିଭାଷଣ ଦେଇଥିଲେ । ଜୟଦେବ ବିଶି ଶିକ୍ଷକମାନଙ୍କର ସମାଜ ପ୍ରତି ଦାୟିତ୍ୱ ଉପରେ ବକ୍ତବ୍ୟ ଦେଇଥିବା ବେଳେ ସମସ୍ତ ପ୍ରକାର ଶିକ୍ଷକ ଏକ ହେବା ଉଚିତ ବୋଲି ସୌଭାଗ୍ୟବନ୍ତ ନାୟକ କହିଥିଲେ । ଶାନ୍ତିଲତା ସାହୁ ଶିକ୍ଷକର ଭୂମିକା ଆଉ ସାମାଜିକ ମୂଲ୍ୟବୋଧ ଉପରେ କହି ସାରିଥିବା ପରେ ସଭାରେ ଉପସ୍ଥିତ ସଦସ୍ୟ ସଦସ୍ୟାଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।