ଏକଲ ଅଭିଯାନ ବଲାଙ୍ଗିର ଅଂଚଲ ବାର୍ଷିକ ଆଚାର୍ଯ୍ୟ ଅଭ୍ୟାସବର୍ଗ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକଲ ଅଭିଯାନ ବଲାଙ୍ଗିର ଅଂଚଲ ବାର୍ଷିକ ଆଚାର୍ଯ୍ୟ ଅଭ୍ୟାସବର୍ଗ ବୈଦିପାଲି ଗ୍ରାମ ପଞ୍ଚାୟତ ଠାରେ ଗତ ୨୬ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଛି । ଏହି ବାର୍ଷିକ ଆଚାର୍ଯ୍ୟ ଅଭ୍ୟାସ ବର୍ଗରେ ପଥରଚେପା ସଞ୍ଚରୁ ୧୫ ଜଣ, ଦେଓଗାଁ ସଞ୍ଚରୁ ୮ ଜଣ, ପାଟଣାଗଡ଼ ସଞ୍ଚରୁ ୧୫ ଜଣ ଓ ଗଡ଼ିଆ ସଞ୍ଚରୁ ୮ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ଉପସ୍ଥିତ ଥିଲେ । ଅଂଚଲ ଗ୍ରାମ ସ୍ୱରାଜ ପ୍ରମୁଖ ଚୈତନ୍ୟ ଭୋଇ, ଅଂଚଳ କାର୍ଯ୍ୟାଳୟ ପ୍ରମୁଖ ବିଜୁ ସାହୁ, ସଞ୍ଚ ଟୋଲି ବିପିନ ବେହେରା, ନିମାଇଁ ଚରଣ ଛତ୍ରିଆ, ପୂର୍ଣ୍ଣ ଚନ୍ଦ୍ର ବାଗ, ନୀଳମଣି ରଣା, ଭାଗ ପ୍ରଶିକ୍ଷଣ ପ୍ରମୁଖ ଅନ୍ତର୍ଯ୍ୟାମୀ ସାହୁ, ଅଂଚଳ ପ୍ରଶିକ୍ଷଣ ପ୍ରମୁଖ ଇନ୍ଦ୍ରମଣି ବନଛୋର ଉପସ୍ଥିତ ରହି ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟହ ପ୍ରତିଭାଶାଳୀ ବ୍ୟକ୍ତିମାନେ ଯୋଗଦାନ କରି ଦିଗ୍‌ଦର୍ଶନ ଦେଉଥିବା ବେଳେ ଏହି କ୍ରମରେ ବଲାଙ୍ଗିର ଏକ୍ସନ କମିଟିର ଆବାହକ ତଥା ଯୁବନେତା ଗୋପାଳଜୀ ପାଣିଗ୍ରାହୀ ଗତକାଲି ମୁଖ୍ୟଅତିଥି ଭାବେ ଓ ସମ୍ମାନିତ ଅତିଥବ ଭାବେ ଅନୁରାଗୀ ନାଗ ଉପସ୍ଥିତ ରହି ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କୁ ଉଚିତ୍‌ ମାର୍ଗ ଦର୍ଶନ କରିଥିଲେ ।

jittmm
Leave A Reply

Your email address will not be published.