csstore

ଛତ୍ରପୁରରେ କଂଗ୍ରେସ ନେତ୍ତୃବର୍ଗଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ଆଜି ଛତ୍ରପୁର ଅଞ୍ଚଳକୁ ଆଗମନ କରିଥିବା ବରେଣ୍ୟ ଅତିଥିଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଓ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କୁ ଆତିଥ୍ୟ ସତ୍କାର ସହ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଛତ୍ରପୁରର ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ଅନୁସୂଚିତ ଜାତି ସେଲ୍ ସଂଯୋଜକ ଭାଗିରଥି ବେହେରାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀମାନେ ଏକତ୍ରିତ ହୋଇ ଛତ୍ରପୁର ଡ଼ି.ଆର୍‌.ଡ଼ି.ଏ. ଛକ ନିକଟରେ ଅତିଥିଙ୍କୁ ପୁଷ୍ପ-ଗୁଚ୍ଛ ସହ ସ୍ୱାଗତ କରିଥିଲେ । ଉକ୍ତ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ, ଗଞ୍ଜାମ ବ୍ଲକ ସଭାପତି ଏନ. ଗଣେଶ ରେଡ୍ଡୀ, ବ୍ରହ୍ମପୁର ଲୋକସଭା ମଣ୍ଡଳୀ ଅନ୍ତର୍ଗତ ଯୁବ କଂଗ୍ରେସ ନେତା ତଥା ଗଣମାଧ୍ୟମ ସଂଯୋଜକ ମହେଶ କୁମାର ଗୌଡ଼, ଛାତ୍ର କଂଗ୍ରେସ ସଭାପତି ଚକ୍ରପାଣି ପଲେଇ, ଭବାନୀ ବେହେରା, ବାବୁ ନାହାକ, ଅଶୋକ ପଟ୍ଟନାୟକ, ଗଣପତି ବାରିକ, କୁନି ନାୟକ, ହୃଷୀକେଶ ବେହେରା, ଆଦିତ୍ୟ ନାରାୟଣ ଦାସ, ଗଗନ ଦଳେଇ, ସାଗର ଦୋରାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.