କୁନ୍ଦେଇପାଲି ଗଉଁନ୍ତିଆ ଘନଶ୍ୟାମ ଭୋଇଙ୍କ ପରଲୋକ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁନ୍ଦେଇପାଲି ଗ୍ରାମର ଗଉଁନ୍ତିଆ ଘନଶ୍ୟାମ ଭୋଇ (୯୬)ଙ୍କର ପରଲୋକ ହୋଇଯାଇଛି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଗତକାଲି ବଲାଙ୍ଗିର ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି କୁନ୍ଦେଇପାଲି ଗ୍ରାମର ଗାଁର ଶେଷ ରାଜୁଡା ଅମଳର ଗଉଁନ୍ତିଆ ସ୍ୱର୍ଗତଃ ଭୋଇଙ୍କ ମରଶରୀରକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା । ଗ୍ରାମର ପ୍ରତ୍ୟେକ ଘରର ମହିଳା ପୁରୁଷ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ । ପରେ ତେଲନଦୀ କୂଳରେ ଶବ ସତ୍କାର କରାଯାଇଥିଲା । ଗ୍ରାମ ବିକାଶ କମିଟି ସଭାପତି ଉପେନ୍ଦ୍ର ଭୋଇ, ସଂପାଦକ ମଧୁସୂଦନ ବାଗ, କୋଷାଧ୍ୟକ୍ଷ ପରଧିଆ ଧରୁଆଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତଃ ଭୋଇଙ୍କୁ ତାଙ୍କ ଏକମାତ୍ର ପୁତ୍ର ଶୋଭାକର ଭୋଇ ଓ ଅଣନାତି ସୌମିକ ମୁଖାଗ୍ନୀ ଦେଇଥିଲେ । ପ୍ରକାଶ ଥାଉକି ପୂର୍ବତନ ସମିତି ସଭ୍ୟ ସୀମାଞ୍ଚଳ ଭୋଇଙ୍କ ଜେଜେ ସ୍ୱର୍ଗତଃ ଘନଶ୍ୟାମଙ୍କ ଧର୍ମପତ୍ନୀଙ୍କର ଗତ ରଥଯାତ୍ରା ଦିନ ପରଲୋକ ହୋଇଥିଲା । ତାଙ୍କ ବିୟୋଗରେ ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ, ବ୍ଲକ ସଭାପତି ସୁରେନ୍ଦ୍ର ସାହୁ (ସୁର), କ ଜୋନ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ବିଜେଡି ଯୁବସଂଗଠକ ଦଲଜିତ ସିଂ, ବ୍ଲକ ଯାଦବ ସମିତି, କର୍ଲାମୁଣ୍ଡା ପ୍ରେସକ୍ଲବ, ରିଷିଡା ଶ୍ରୀରାମଲୀଳା ପରିଚାଳନା କମିଟି, କୁନ୍ଦେଇପାଲି ବିକାଶ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ସେ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ସହ ଜଡିତ ରହି ଜଣେ ଲୋକପ୍ରିୟ ବ୍ୟକ୍ତି ଭାବେ ପରିଚିତ ଥିଲେ ।

Leave A Reply

Your email address will not be published.