ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆର୍ଯ୍ୟ ସମାଜ ମନ୍ଦିର ପ୍ରାଙ୍ଗଣରେ ଶଶୀ ଭୂଷଣ ସାହୁ ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ଆଗାମୀ ନଭେମ୍ବର ୩ ତାରିଖ ଭୁବନେଶ୍ୱରଠାରେ ହେବାକୁ ଥିବା ଆନ୍ଦୋଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଧାକୃଷ୍ଣ ମେହେର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ରାମଚନ୍ଦ୍ର ବିଶ୍ୱାଲ କାର୍ଯ୍ୟକାରୀ ସଭାପତି ଉପସ୍ଥିତ ଥିଲେ । ଜିଲ୍ଲା କମିଟି ସଦସ୍ୟ ଓ ବିଭିନ୍ନ ବ୍ଲକ ସ୍ତରର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ବିଶେଷତଃ ମୋହନ ନାଏକ, ଟେକେନ୍ଦ୍ର ଜାଲ, ବୈଦ୍ୟନାଥ କରଣ, ଦିଲ୍ଲୀପ ଠାକୁର, ଲବ କୁମାର ଧରୁଆ, ବିକାଶ ବେହେରା, ଶୀର ନାଗ, ସାମନ୍ତ ଛତର, ଶ୍ରୀକର ପ୍ରଧାନ, ନନ୍ଦ ମହଲା, ଗୌର ନିତାଇ ପତ୍ରିମାଳି, ସଦାନନ୍ଦ ମିଶ୍ର, ସୁରେନ୍ଦ୍ର କୁମାର ଦୋରା ଅବସରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ସମାଜ ସେବକ ସୁଧିର ନାଏକ, କନିଷ୍ଠ ପ୍ରଧାନ, ପରିତୋଷ ନାଗ, ଦଶମୁ ସୁନା ଆଦି ଅନେକ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ । କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପସ୍ଥାପନ କରି ରାଧାକୃଷ୍ଣ ମେହେର ଲେଖକଙ୍କୁ ନୂଆଁଖାଇ ଭେଟ୍ଘାଟ ଭାବରେ ବିଶେଷ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ପ୍ରତି ବ୍ଲକ ସ୍ତରରେ ସଂଗଠନକୁ ମଜବୁତ କରିବା ପାଇଁ ଜିଲ୍ଲା ସଭାପତି ଶଶୀ ଭୂଷଣ ସାହୁ ମତ ପୋଷଣ କରିଥିଲେ ତାହା ସର୍ବ ସମ୍ମତିକ୍ରମେ ଗୃହୀତ ହୋଇଥିଲା । ବ୍ଲକ ସ୍ତରରେ ବୈଠକ ସହିତ ଦାବୀପତ୍ର ପ୍ରଦାନ କରିବା ପାଇଁ ସ୍ଥିର ହେଲା । ଭୁବନେଶ୍ୱର ଆନ୍ଦୋଳନକୁ ଯିବା ପାଇଁ ଗ୍ରାମ ସ୍ତରରେ ତଥା ବ୍ଲକ ସ୍ତରରେ ପ୍ରୋତ୍ସାହନ କରିବାକୁ ସିଦ୍ଧାନ୍ତ ହେଲା । ଏ ମଧ୍ୟରେ ରାମଚନ୍ଦ୍ର ବିଶ୍ୱାଳ, ଗୋପାଳନ ଏବଂ ଜୈବିକ କୃଷି ଉପରେ ଗୁରୁତ୍ୱ ଦେବା ପାଇଁ ମତ ଦେଇଥିଲେ । ଏ ଅବସରରେ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପୁସ୍ତକ ଉନ୍ମୋଚନ ହେଲା । ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା । ସଭା ଶେଷରେ ନନ୍ଦ ମହଲା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କଲା ପରେ ସଭା ସାଙ୍ଗ ହୋଇଥିଲା ।