ରାଧାକୃଷ୍ଣ ଅନୁଷ୍ଠାନର ଗଣେଶ ପୂଜା ସମ୍ପନ୍ନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଗୌଡପଡ଼ାଠାରେ ରାଧାକୃଷ୍ଣ ଅନୁଷ୍ଠାନର ଗଣେଶ ପୂଜା ସମାପନ ହୋଇଯାଇଛି । ଆଜି ଏହି ଗଣେଷ ପୂଜାର ପୂର୍ଣ୍ଣାହୁତି ହୋଇଥିବା ବେଳେ ପୂଜକ ଭାବରେ ତ୍ରିଲୋଚନ ଦାଶ ଓ କର୍ତ୍ତା ମାନସ ମହାରଣା ସପତ୍ନୀକ ଦାୟିତ୍ଵ ନିର୍ବାହ କରିଥିଲେ । ଦୀର୍ଘ ବର୍ଷ ଧରି ଏହି ପୂଜା ଆୟୋଜନ ହେଉଥିବା ବେଳେ ମୂର୍ତ୍ତି ନିର୍ମାଣ ରାମ ସିଂ ପୋଢ଼ କରିଥିଲେ । ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଦ୍ଵାରା ଏକ ଚମତ୍କାର ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ଯୁବନେତା ନୀଳ ମାଧବ ସିଂହଦେଓ (ବିଟୁ) ଯୋଗ ଦେଇଥିବା ବେଳେ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ପ୍ରଶାନ୍ତ ସାମନ୍ତରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଦେବେନ୍ଦ୍ର ରାହାସ ପୋଢ଼, ଡାକ୍ତର ରାଜେଶ ଘିଭେଲା, ପୂର୍ଣ୍ଣାନନ୍ଦ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ନୃତ୍ୟ ପ୍ରତିଯୋଗିତାରେ ବିଚାରକ ଭାବେ ମିନେଶ, ଅଶୋକ, ଜୟଶ୍ରୀ ଦାୟିତ୍ୱ ନିର୍ବାହ କରିଥିଲେ । ରାଧାକୃଷ୍ଣ ଅନୁଷ୍ଠାନର ପ୍ରବୀଣ ଭୋଇ, ଆଲୋକ ବେହେରାଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ସଂପାଦନ ହୋଇଥିବା ବେଳେ ଦେବେଶ ଷଣ୍ଢ, ବନମାଳୀ ଗହୀର, ଭବାନୀ ବିଶି, ବୁବୁନ, ବୁଲୁ, କୁନା, ସଞ୍ଜୟ, ଦେବ, ଟିକୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!