କୃଷକ ସଙ୍ଗଠନ ମାନଙ୍କର କୃଷି ଆଇନ ବିରୋଧରେ ଆଜି ଦେଶରେ ସାମୁହିକ ଉପବାସ ସମର୍ଥନରେ ଆପ୍‌ କାର୍ଯ୍ୟକର୍ତ୍ତାଙ୍କ ଉପବାସ

ବଲା‌ଙ୍ଗିର, (ଦେବାଶିଷ ମିଶ୍ର) : ଆମ୍‌ ଆଦମୀ ପାର୍ଟି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏବଂ ଭୁବନେଶ୍ୱର ରାଜ୍ୟ କାର୍ୟ୍ୟାଳୟରେ ସାମୁହିକ ଅନଶନ କାର୍ୟ୍ୟକ୍ରମ ଚାଳିଛି । କୃଷକ ସଙ୍ଗଠନ ଗୁଡିକର ୧୪ ଡ଼ିସେମ୍ବର ସାମୁହିକ ଅନଶନ ନିଷ୍ପତିକୁ ସମର୍ଥନ ଜଣାଇ ଏବଂ କୃଷି ଆଇନର ବିରୋଧକୁ ଜୋରଦାର କରିବା ପାଇଁ ଆପ୍‌ କାର୍ୟ୍ୟକର୍ତ୍ତା ଏବଂ ନେତୃବୃନ୍ଦ ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟ କାର୍ୟ୍ୟାଳୟରେ ସାମୁହିକ ଉପବାସ କରାଯାଉଛି ।

ବଲାଙ୍ଗିରରେ ମଧ୍ୟ ଜିଲ୍ଲା ଆବାହକ ତଥା ରାଜ୍ୟ ପ୍ରବକ୍ତା ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ପାଣେ୍‌ଡଙ୍‌ଙ୍କ ବାସଭବନ ସ୍ଥିତ ତାଙ୍କ କାର୍ୟ୍ୟାଳୟରେ ଶ୍ରୀ ପାଣ୍ଡେ, ସରୋଜ ପଟେଲ, ବଲରାମ ଜାଳ ଆମରଣ ଅନଶନରେ ବସିଛନ୍ତି । ସେପଟେ ଲୋଇସିଂହା ବିଧାନସଭା ଇନ୍‌ଚାର୍ଜ ଜଗଦୀଶ ଚନ୍ଦ୍ର ବିଭାର ଏବଂ କଣ୍ଟାବାଂଜିରୁ କୈଲାସୀ ବାଗ ଆଦି ଆମରଣ ଅନଶନରେ ବସିଥିଲେ.। ଏହି ଉପବାସ କାର୍ୟ୍ୟକ୍ରମ ସକାଳ ୮ଘଟିକା ଠାରୁ ସନ୍ଧ୍ୟା ୫ ଘଟିକା ସମୟ ପର୍ୟ୍ୟନ୍ତ ଚାଲିଥିଲା।

ଆମ୍‌ ଆଦମୀ ପାର୍ଟି ଏହି ଅବସରରେ ଓଡିଶାବାସୀଙ୍କୁ କୃଷକ ମାନଙ୍କର ଆନ୍ଦୋଳନକୁ ସମର୍ଥନ କରିବାକୁ ଜନତାଙ୍କୁ ଆହ୍ଵାନ କରିଥିଲେ । ଆନ୍ଦୋଳନକୁ ଆହୁରି ମଜବୁତ୍ କରିବା ପାଇଁ ଏବଂ କେନ୍ଦ୍ର ସରକାରଙ୍କୁ ତିନି କୃଷକ ବିରୋଧୀ କଳା ଆଇନକୁ ପ୍ରତ୍ୟାହାର କରିବାକୁ ଦାବୀ କରିଥିଲେ । ଏହି ଆଇନ୍ ପ୍ରତ୍ୟାହାର ନ କଲେ ଆହୁରି ଜୋର୍‌ରେ ତେଜିବ ଆନ୍ଦୋଳନ ବୋଲି ଚେତାବନୀ ଦିଆଯାଇଛି ଆପ୍‌ ବଲାଙ୍ଗିର ପକ୍ଷରୁ ।

Leave A Reply

Your email address will not be published.

error: Content is protected !!