oom

ନୂଆଁଖାଇ ପାଇଁ ସୁଟିଂ ଚାଲିଛି ନୂଆଁଖାଇର ଭାବ ପିରତି ଭିଡିଓ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହନୀ କ୍ରିଏସନ ତରଫରୁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ଆଖି ଆଗରେ ରଖି ସବୁ ବର୍ଷ ପରି ଏଇ ବର୍ଷ ମଧ୍ୟ ଆମ ଅଂଚଳର ନୃତ୍ୟ, କଳା, ସଂସ୍କୃତିକ ପରମ୍ପରାକୁ ନେଇ ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ଏକ ନୂଆଁଖାଇ ମ୍ୟୁଜିକ ଭିଡିଓ ପାଇଁ ପ୍ରସ୍ତୁତି ଚାଲିଛି । ଏହାର ସୁଟିଂ ବଲାଙ୍ଗିର ଜିଲ୍ଲାର ପ୍ରାକୃତିକ ସବୁଜିମାରେ ଭରପୁର ପର୍ଯ୍ୟଟନ ସ୍ଥଳି ଭୀମ ପାହାଡ ତଥା ରୁଗୁଡିପାଲି ଓ ଆଖପାଖ ଗାଁରେ କରାଯାଇଛି । ଏଥିରେ ସୁବର୍ଣ୍ଣା ସାହୁ, ବିନୟ ସୁନା ଓ ଗୃପ ଅଭିନୟ କରିଥିବା ବେଳେ କଣ୍ଠରେ ମାନସୀ ସାହୁ ଓ ବିନୟ ସୁନା, ଗୀତ ଓ ସଂଗିତ ବିନୟ ସୁନା, ରୂପସଜ୍ୟାରେ ବ୍ରହ୍ମାନନ୍ଦ ବନଛୋର, ପୋଷାକରେ ନେପାଳ ବାଗ, କ୍ୟାମେରାରେ ରଞ୍ଜନ ସେଠ, ସହ ନିର୍ଦ୍ଦେଶନାରେ ରାଜ କିଶୋର, ପ୍ରଯୋଜନା ନିୟନ୍ତ୍ରକ ଭାବେ ହରିଓମ୍‌ ପଟେଲ, ପ୍ରଯୋଜନା ପରିଚାଳକ ଭାବେ ସୁରେଶ ଡାଙ୍ଗ, ସମ୍ପାଦନାରେ ଶଙ୍କର ପାତ୍ର ଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ୱ ବିନୋଦ କାଲସାଏ ନିର୍ବାହ କରିଛନ୍ତି । ଏହାର ଏକ ପୋଷ୍ଟର ଆଜି ଉନ୍ମୋଚନ କରାଯାଇଥିବା ବେଳେ ଖୁବ୍‌ କମ ଦିନ ମଧ୍ୟରେ ନୂଆଁଖାଇରେ ପୂର୍ବରୁ ଏହା ସମ୍ପୁର୍ଣ୍ଣ ଭିଡିଓ ଦେଖିବାକୁ ପାରିବେ ବୋଲି ମହନୀ କ୍ରିଏସନ ସଂସ୍ଥା ତରଫରୁ ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.