csstore

ଉପରବାହାଲ ଯୁବକଲ୍ୟାଣ ଯୁବକ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗଣେଶ ପୂଜା ଏବଂ ନୂଆଁଖାଇର ଅବ୍ୟବହିତ ପୂର୍ବରୁ ଗ୍ରାମକୁ ସଫାସୁତୁରା ରଖିବା ଲକ୍ଷ୍ୟରେ ଲୋଇସିଂହା ବ୍ଲକ ଉପରବାହାଲ ଗ୍ରାମର ଯୁବ କଲ୍ୟାଣ ଯୁବକ ସଂଘ (କ୍ଲବ)ର ସଦସ୍ୟମାନଙ୍କ ଦ୍ଵାରା ସ୍ଥାନୀୟ ଅଙ୍ଗନୱାଡ଼ି କେନ୍ଦ୍ର, ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର, ସରକାରୀ ନୋଡାଲ ସ୍କୁଲ ତଥା ଗାଁ ପରିସର ସଫେଇ କରାଯାଇଥିଲା । ଏଥିସହିତ ଗାଁ ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ସକାଶେ ଲୋକଙ୍କୁ ସଚେତନ କରାଯାଇଥିଲା । କ୍ଳବର ସଭାପତି ଦେବବ୍ରତ ବିଶ୍ୱାଲଙ୍କ ନେତୃତ୍ବରେ ମହାଦେବ ସାହୁ, ନିମାଇଁ ଚରଣ ଭୋଇ, ଆନନ୍ଦ ବିଶ୍ଵାଲ, ସରୋଜ ବିଶ୍ବାଲ, ଗୋପାଳ ଭୋଇ, ରୋହିତ ଭୋଇ, ଟିକୁ ଭୋଇ, ପଞ୍ଚାନନ ବିଶ୍ଵାଲ ପ୍ରମୁଖ ଏହି ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.