ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ (ଖ) ସ୍ଥିତ ପଲ୍ଲୀ ଆଲୋକ ପାଠାଗାର ସଭାଗୃହଠାରେ ବିଶ୍ୱକର୍ମା ପୂଜା ଅବସରରେ ପିଏମ୍ ବିଶ୍ୱକର୍ମା ଯୋଜନା ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ପ୍ରାରମ୍ଭରେ ଯଥାରୀତି ପୂର୍ବକ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ୧୮ ପ୍ରକାର ପରମ୍ପରିକ କାରିଗର ଏବଂ ଶିଳ୍ପୀ ମାନେ ଲାଭ ପାଇପାରିବେ । ସେମାନଙ୍କୁ ବିଭିନ୍ନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଦିଆଯିବା ସହିତ ସରଞ୍ଜାମ ପାଇଁ ଆର୍ଥିକ ସହାୟତା ଓ ବନ୍ଧକ ବିହୀନ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାର ବ୍ୟବସ୍ଥା ରହିଥିବା ନେଇ ଲୋକଙ୍କୁ ସଚେତନ କରାଯାଇଥିଲା । ପିଏପିର ସମ୍ପାଦକ ପ୍ରଶାନ୍ତ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରହଲ୍ଲାଦ ପଧାନ, ଗୋବିନ୍ଦ ବିଶି ପ୍ରମୁଖ ସହଯୋଗ କରିଥିଲେ ।
Prev Post