ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ କାଳରେ ବିଭିନ୍ନ ବିକାଶ ପ୍ରକଳ୍ପର ଶିଳାନ୍ୟାସ

● ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟପ୍ରଦେଶର ବୀନାରେ ୫୦, ୭୦୦କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ
● ବୀନା ତୈଳ ବିଶୋଧନାଗାରରେ ପେଟ୍ରୋ ରସାୟନ ପରିସରର ଶିଳାନ୍ୟାସ
● ନର୍ମଦାପୁରମ୍ଠାରେ ଶକ୍ତି ଓ ଅକ୍ଷୟ ଶକ୍ତି ନିର୍ମାଣ ଅଞ୍ଚଳ ନିମନ୍ତେ ଶିଳାନ୍ୟାସ ଓ ରତଲାମଠାରେ ବୃହତ ଶିଳ୍ପ ଉଦ୍ୟାନର ଭିତ୍ତିପ୍ରସ୍ତର ସ୍ଥାପନ
● ଇନ୍ଦୋରଠାରେ ଦୁଇଟି ଆଇଟି ଉଦ୍ୟାନ ଓ ଛଅଟି ନୂତନ ଶିଳ୍ପ ଉଦ୍ୟାନର ଶିଳାନ୍ୟାସ
● “ଆଜିର ପ୍ରକଳ୍ପ ସମୂହ ଆମର ମଧ୍ୟପ୍ରଦେଶ ପ୍ରତି ସଂକଳ୍ପର ପ୍ରମାଣ”
● “ପ୍ରତ୍ୟେକ ଦେଶ ଓ ରାଜ୍ୟ ନିମନ୍ତେ ପ୍ରଶାସନ ସ୍ୱଚ୍ଛ ହେବା ସହ ଦୁର୍ନୀତିର ମୂଳୋତ୍ପାଟନ ଆବଶ୍ୟକ”
● “ଭାରତ ଦାସତ୍ୱର ମାନସିକତାକୁ ଛାଡି ଆସି ବର୍ତ୍ତମାନ ସ୍ୱାଧୀନ ଚେତାର ବିଶ୍ୱାସ ନେଇ ଆଗେଇ ଚାଲିଛି”
● “ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିଥିବା ସନାତନ ଧର୍ମକୁ ଯେଉଁମାନେ ଭାଙ୍ଗିବାକୁ ଚାହୁଁଛନ୍ତି ସେମାନଙ୍କ ପ୍ରତି ଜନସାଧାରଣ ସତର୍କ ରହିବା ଆବଶ୍ୟକ”
● “ଜି-୨୦ର ଅଭୂତପୂର୍ବ ସଫଳତା ହେଉଛି ୧୪୦ କୋଟି ଭାରତୀୟଙ୍କ ସଫଳତା”
● “ବିଶ୍ୱକୁ ଏକାଠି କରିବାର ବିଶେଷଜ୍ଞତା ଭାରତ ପ୍ରଦର୍ଶନ କରିବା ସହ ବିଶ୍ୱାମିତ୍ର ଭାବେ ମୁଣ୍ଡ ଟେକୁଛି”
● “ଅବହେଳିତ ଲୋକଙ୍କୁ ଅଗ୍ରାଧିକାର ହେଉଛି ସରକାରଙ୍କ ମୌଳିକ ମନ୍ତ୍ର”
● “ମୋଦୀଙ୍କ ଟ୍ରାକ ରେକର୍ଡର ଗ୍ୟାରେଣ୍ଟି ଆପଣଙ୍କ ସାମ୍ନାରେ ଅଛି”
● “ଅକ୍ଟୋବର ୫, ୨୦୨୩ରେ ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜୟନ୍ତୀ ମହା ଧୁମଧାମରେ ପାଳିତ ହେବ”
● “ସବ୍କା ସାଥ୍, ସବ୍କା ବିକାଶ’ ମଡେଲ ଆଜି ବିଶ୍ୱକୁ ରାସ୍ତା ଦେଖାଉଛି”

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ବୀନାଠାରେ ୫୦, ୭୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଗୁଡିକ ମଧ୍ୟରେ ବୀନାଠାରେ ଭାରତ ପଟ୍ରୋଲିୟମ ନିଗମ ଲିମିଟେଡ(ବିପିସିଏଲ)ର ପେଟ୍ରୋ ରସାୟନ ପରିସର ରହିଛି । ଏହା ୪୯ ହଜାର କୋଟି ଟଙ୍କା ବ୍ୟୟରେ ବିକଶିତ ହେବ । ଏହା ବ୍ୟତୀତ ନର୍ମଦାପୁରମ୍ ଜିଲ୍ଲାରେ ଶକ୍ତି ଓ ଅକ୍ଷୟଶକ୍ତି ନିର୍ମାଣ ଅଞ୍ଚଳ, ଇନ୍ଦୋରରେ ଦୁଇଟି ଆଇଟି ଉଦ୍ୟାନ, ରତଲାମ୍ରେ ଗୋଟିଏ ବୃହତ ଶିଳ୍ପ ଉଦ୍ୟାନ ଓ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଛଅଟି ନୂତନ ଶିଳ୍ପାଞ୍ଚଳ ଅନ୍ତର୍ଭୁକ୍ତ । ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୁନ୍ଦେଲଖଣ୍ଡ ହେଉଛି ଯୋଦ୍ଧାଙ୍କ ଭୂମି । ସେ ମଧ୍ୟପ୍ରଦେଶର ସାଗରକୁ ମାସକ ମଧ୍ୟରେ ଆସିଥିବାର ସୁଯୋଗ ପାଇଥିବାରୁ ସେଠାକାର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ସେ ମଧ୍ୟ ସନ୍ଥ ରବିଦାସଜୀଙ୍କ ସ୍ମାରକୀସ୍ଥଳର ଶିଳାନ୍ୟାସ ପାଇଁ ଆସିଥିବାର ସ୍ମୃତିଚାରଣ କରିଥିଲେ ।
ଆଜିର ପ୍ରକଳ୍ପଗୁଡିକ ସେ ଅଞ୍ଚଳର ବିକାଶକୁ ନୂତନ ଶକ୍ତି ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସରକାର ଏସବୁ ପ୍ରକଳ୍ପ ନିମନ୍ତେ ୫୦ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରୁଛନ୍ତି ଯାହା କି ଦେଶର କେତେକ ରାଜ୍ୟର ବଜେଟର ପରିମାଣଠାରୁ ମଧ୍ୟ ଅଧିକ ବୋଲି କହିଥିଲେ । “ଏହା ଆମର ମଧ୍ୟପ୍ରଦେଶ ପ୍ରତି ଥିବା ସଂକଳ୍ପର ନିଦର୍ଶନ” ବୋଲି ସେ କହିଥିଲେ ।
ସ୍ୱାଧୀନତାର ଅମୃତକାଳରେ ଦେଶର ପ୍ରତ୍ୟେକ ନାଗରିକ ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବାକୁ ସଂକଳ୍ପ ନେଇଥିôବା ପ୍ରଧାନମନ୍ତ୍ରୀ କହିଥିଲେ । ଆତ୍ମନିର୍ଭର ଭାରତର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ପେଟ୍ରୋଲ, ଡିଜେଲ ଓ ପେଟ୍ରୋଲ ରସାୟନ ଦ୍ରବ୍ୟ ପାଇଁ ବିଦେଶ ଉପରେ ନିର୍ଭର କରୁଛି ।
ବୀନା ତୈଳ ବିଶୋଧନାଗାରରେ ପେଟ୍ରୋ ରସାୟନ ପ୍ରକଳ୍ପ ଆତ୍ମ ନିର୍ଭରତା କ୍ଷେତ୍ରରେ ଏକ ସାର୍ଥକ ପ୍ରକଳ୍ପ । ପ୍ରଧାନମନ୍ତ୍ରୀ ପ୍ଲାଷ୍ଟିକ ସାମଗ୍ରୀ ଯଥା ପାଇପ୍, ଟ୍ୟାପ, ଆସବାବାପତ୍ର, ରଙ୍ଗ, କାର ଯନ୍ତ୍ରାଂଶ, ମେଡିକାଲ ଉପକରଣ, ପ୍ୟାକେଜ ସାମଗ୍ରୀ ଓ କୃଷି ଉପକରଣର ଉଦାହରଣ ଦେଇ ଏହି ସବୁ ଉତ୍ପାଦନରେ ପେଟ୍ରୋ ରସାୟନର ଏକ ମୁଖ୍ୟ ଭୂମିକା ଥିବା କହିଥିଲେ । “ମୁଁ ଗ୍ୟାରେଣ୍ଟି ଦେଉଛି ଯେ ବୀନା ତୈଳ ବିଶୋଧନାଗାରରେ ପେଟ୍ରୋଲ ରସାୟନ ପରିସରରେ ସମଗ୍ର ଅଞ୍ଚଳର ଅଭିବୃଦ୍ଧିରେ ସହାୟକ ହେବା ସହ ବିକାଶକୁ ଏକ ନୂତନ ଶିଖରରେ ପହଞ୍ଚାଇବ । ଏହା ପ୍ରକାଶ କରି ପ୍ରଧାନମନ୍ତ୍ରୀ ଏହା କେବଳ ନୂତନ ଶିଳ୍ପ ଗଢି ଉଠିବାରେ ସହଯୋଗ କରିବ ନାହିଁ, ବରଂ କ୍ଷୁଦ୍ରଚାଷୀ ଓ ଉଦ୍ୟୋଗପତି ମାନଙ୍କୁ ସୁବିଧା ଯୋଗାଇବା ସହ ଯୁବକଯୁବତୀମାନଙ୍କ ନିମନ୍ତେ ହଜାର ହଜାର କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ନିର୍ମାଣ କ୍ଷେତ୍ରକୁ ନେଇ ସେ କହିଥିଲେ ଯେ ଦଶଟି ନୂତନ ଶିଳ୍ପ କ୍ଷେତ୍ରରେ ଆଜିଠାରୁ କାମ ଆରମ୍ଭ ହେବାକୁ ଯାଉଛି । ନର୍ମଦାପୁରମ, ଇନ୍ଦୋର ଓ ରୀତଲାମରେ ପ୍ରକଳ୍ପଗୁଡିକ ମଧ୍ୟପ୍ରଦେଶର ଶିଳ୍ପ କ୍ଷମତା ବୃଦ୍ଧି କରିବା ସହ ସମସ୍ତଙ୍କ ପାଇଁ ସୁବିଧା ହେବ ।
ଶାସନର ସ୍ୱଚ୍ଛତା ସହ ଦୁର୍ନୀତିର ମୂଳପୋଛ ଯେକୌଣସି ଦେଶ ଓ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ଏକଦା ମଧ୍ୟପ୍ରଦେଶକୁ କିପରି ଭଙ୍ଗୁର ଓ ଦୁର୍ବଳ ରାଜ୍ୟ କୁହାଯାଉଥିଲା ସେ ତା’ର ସ୍ମୃତିଚାରଣ କରିଥିଲେ । “ଯେଉଁମାନେ ଯୁଗ ଯୁଗ ଧରି ମଧ୍ୟପ୍ରଦେଶ ଶାସନରେ ଥିଲେ ସେମାନେ ରାଜ୍ୟକୁ ଅପରାଧ ଓ ଦୁର୍ନୀତି ବ୍ୟତୀତ ଆଉ କିଛି ଦେଇ ନ ଥିଲେ ବୋଲି କହିଥିଲେ । ରାଜ୍ୟରେ ଅପରାଧୀମାନଙ୍କ ଅବାଧ ବିଚରଣ ଓ ଜନସାଧାରଣଙ୍କ ଆଇନ ଶୃଙ୍ଖଳା ଉପରେ ଆସ୍ଥା ନ ଥିବାରୁ ଅନେକ କଳ କାରଖାନା ମାଲିକ ରାଜ୍ୟରୁ ଅନ୍ୟତ୍ର ପଳାଇଗଲେ ବୋଲି ସେ କହିଥିଲେ ।
ବର୍ତ୍ତମାନର ସରକାର ମଧ୍ୟପ୍ରଦେଶର ପରିସ୍ଥିତି ବଦଳାଇବାରେ ଯଥାସମ୍ଭବ ଚେଷ୍ଟା କରିଛନ୍ତି । ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଇନ ଶୃଙ୍ଖଳାର ପୁନରୁଦ୍ଧାର କରି ଜନସାଧାରଣଙ୍କ ମନରୁ ଭୟ ଦୂର କରିବା, ରାସ୍ତାଘାଟ ନିର୍ମାଣ, ବିଦ୍ୟୁତ ଶକ୍ତି, ଯୋଗାଣର ଉଦାହରଣ ଦେଇଥିଲେ । ସଂଯୋଗୀକରଣର ଉନ୍ନତି ଯୋଗୁଁ ରାଜ୍ୟରେ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି ଓ ବଡ ବଡ ଶିଳ୍ପମାନେ ସେମାନଙ୍କ କାରଖାନା ବସାଇବା ପାଇଁ ପ୍ରସ୍ତୁତ ଅଛନ୍ତି । ଆଗାମୀ କିଛି ବର୍ଷ ମଧ୍ୟରେ ମଧ୍ୟପ୍ରଦେଶ ଶିଳ୍ପ ବିକାଶ କ୍ଷେତ୍ରରେ ନୂତନ ଶିଖର ଛୁଇଁବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ପ୍ରକଟ କରିଥିଲେ ।
ଦାସତ୍ୱ ମାନସିକତାଠାରୁ ଦୂରେଇ ଯାଇ ସବ୍କା ପ୍ରୟାସ ବଳରେ ଆଗଉଥିବାରୁ ଆଜିର ନବଭାରତର ଦୃଢ ଅବସ୍ଥାନ୍ତର ହେଉଛି ବୋଲି ସେ କହିଥିଲେ । “ଭାରତ ଦାସତ୍ୱ ମାନସିକତାକୁ ପଛରେ ଛାଡି ବର୍ତ୍ତମାନ ସ୍ୱାଧୀନ ହେବାର ବିଶ୍ୱାସର ସହ ଚାଲିଛି” ବୋଲି ସେ କହିଥିଲେ । ଏହା ନିକଟରେ ଜି-୨୦ ଶିଖର ସମ୍ମିଳନୀରେ ପ୍ରତିଫଳିତ ହୋଇଛି ଓ ଏହା ସମସ୍ତଙ୍କର ଲକ୍ଷ୍ୟ ହେବା ସହ ସମସ୍ତେ ଦେଶର ଏହି ସଫଳତାରେ ଗର୍ବିତ । ପ୍ରଧାନମନ୍ତ୍ରୀ ଜି-୨୦ ସଫଳତାର ଶ୍ରେୟ ଦେଶବାସୀଙ୍କୁ ଦେଇଥିଲେ । “ଏହା ୧୪୦ କୋଟି ଭାରତବାସୀଙ୍କ ସଫଳତା” ବୋଲି ସେ କହିଥିଲେ । ବିଭିନ୍ନ କାର୍ଯ୍ୟକ୍ରମ ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବା ଦେଶର ବିବିଧତା ଓ ସାମର୍ଥ୍ୟର ପରିଚାୟକ ଓ ପ୍ରତିନିଧିଗଣ ଏଥିପାଇଁ ଖୁବ୍ ଖୁସି ଥିଲେ । ଜି-୨୦ର ପ୍ରଭାବ ଖଜୁରାହୋ, ଇନ୍ଦୋର ଓ ଭୋପାଳ ଉପରେ ପଡିଥିବାରୁ ବିଶ୍ୱର ନଜରର ମଧ୍ୟପ୍ରଦେଶ ଛବି ଉନ୍ନତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୋଟିଏ ପଟରେ ନବଭାରତ ଏହାର ଦକ୍ଷତା ବଳରେ ବିଶ୍ୱକୁ ଏକାଠି କରି ବିଶ୍ୱାମିତ୍ର ସାଜୁଥିବା ବେଳେ , ଅନ୍ୟପଟରେ କେତେ ସଂଗଠନ ଦେଶ ଓ ସମାଜକୁ ଭାଗ ଭାଗ କରିବାକୁ ବଦ୍ଧ ପରିକର ।
ନିକଟରେ ଗଢି ଉଠିଥିବା ମେଣ୍ଟ ସମ୍ପର୍କରେ ଶ୍ରୀ ମୋଦି କହିଥିଲେ ଯେ ଦେଶର ମୂଲ୍ୟବୋଧ ପ୍ରତି ଆକ୍ରମଣ କରି ହଜାର ହଜାର ବର୍ଷ ପୁରୁଣା ଆଦର୍ଶ, ନୀତି ଓ ପରମ୍ପରା ଧ୍ୱଂସ କରିବା ନେଇ ସେମାନଙ୍କ ନୀତି ସୀମିତ । ନୂତନଭାବେ ଗଠିତ ମେଣ୍ଟ ସନାତମ ଧର୍ମର ବିନାଶ ଚାହାଁନ୍ତି । ଦେଶ ଅହଲ୍ୟାବାଈ ହୋଲକାର ତାଙ୍କର ସମାଜ ସେବା ଦ୍ୱାରା ଦେଶର ବିଶ୍ୱାସର ସୁରକ୍ଷା କରିଥିଲେ । ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ଇଂରେଜମାନଙ୍କୁ ଆହ୍ୱାନ ଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ଅସୃଶ୍ୟତାର ଆନ୍ଦୋଳନ ପଛରେ ଭଗବନା ରାମ ଓ ସ୍ମାମୀ ବିବେକାନନ୍ଦଙ୍କ ପ୍ରେରଣା ଥିଲା । ସେମାନେ ସମାଜର ବିଭିନ୍ନ ମନ୍ଦ କାର୍ଯ୍ୟ ନେଇ ଜନସାଧାରଣଙ୍କୁ ସତର୍କ କରାଉଥିବାବେଳେ, ଲୋକମାନ୍ୟ ତିଳକ ଦେଶ ମାତୃକାର ରକ୍ଷା ପାଇଁ ପଦକ୍ଷେପ ନେବା ସହ ସ୍ୱାଧୀନତାର ସଂଗ୍ରାମକୁ ଗଣେଶ ପୂଜା ସହ ଯୋଡିଥିଲେ ।
ପ୍ରଧାନମନ୍ତ୍ରୀ ସନାନତୀ ଶକ୍ତି ସ୍ୱାଧୀନତା ସଂଗ୍ରାମର ଯୋଦ୍ଧାମାନଙ୍କୁ ଅନୁପ୍ରାଣୀତ କରିଥିଲେ ବୋଲି କହିବା ସହ ଏହା ସନ୍ଥ ରବି ଦାସ, ମାତା ସାବ୍ରୀ ଓ ମହର୍ଷି ବାଲ୍ମିକୀଙ୍କ ଜୀବନରେ ପ୍ରତିଫଳିତ ହୋଇଥିଲା ବୋଲି କହିଥିଲେ। ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିଥିବା ସନାତନୀକୁ ଯେଉଁମାନେ ଭାଙ୍ଗିବାକୁ ଚାହୁଁଛନ୍ତି ଏଭଳି ବ୍ୟକ୍ତିବିଶେଷଙ୍କ ପ୍ରତି ସତର୍କ ରହିବାକୁ ସେ କହିଥିଲେ ।
ସରକାର ଦେଶଭକ୍ତ ଓ ଲୋକସେବା ପ୍ରତି ପ୍ରତିବଦ୍ଧ ବୋଲି ସେ କହିଥିଲେ । ଅବହେଳିତ ବ୍ୟକ୍ତି ବିଶେଷଙ୍କ ପ୍ରତି ଅଗ୍ରାଧିକାର ସରକାରଙ୍କ ମୌଳିକ ମନ୍ତ୍ର ଓ ଏଥିପ୍ରତି ସମ୍ବେଦନଶୀଳ । ପ୍ରଧାନମନ୍ତ୍ରୀ ମଧ୍ୟ ବୈଶ୍ୱିକ ମହାମାରୀ କାଳରେ ଅଶୀ କୋଟି ଲୋଙ୍କୁ ରାସନ ଯୋଗାଇବା ସହ ଜନ କଲ୍ୟାଣ ପଦକ୍ଷେପ ନେଇ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ମଧ୍ୟପ୍ରଦେଶ ଯେପରି ସଫଳତାର ଶିଖର ଛୁଇଁବ ତାହା ଆମର ନିରବଚ୍ଛିନ୍ନ ଉଦ୍ୟମ, ମଧ୍ୟପ୍ରଦେଶର ପ୍ରତ୍ୟେକ ପରିବାର ଜବୀନ ସୁଖପଦ ହେବା ସହ ପ୍ରତ୍ୟେକ ଘରକୁ ସମୃଦ୍ଧି ଆସୁ । ମୋଦୀଙ୍କ ଟ୍ରାକ ରେକର୍ଡ ଆପଣମାନଙ୍କ ଆଗରେ ରହିଛି । ରାଜ୍ୟରେ ଗରିବଙ୍କ ନିମନ୍ତେ ୪୦ଲକ୍ଷ ପକ୍କା ଘର, ଶୌଚାଳୟର ଗ୍ୟାରେଣ୍ଟି, ମାଗଣା ଚିକିତ୍ସା ସୁବିଧା, ବ୍ୟାଙ୍କ ଖାତା ଓ ଧୂମହୀନ ରୋଷେଇ ଘର ଉପଲବ୍ଧ । ରକ୍ଷା ବନ୍ଧନ ଅବସରରେ ଗ୍ୟାସ ସିଲିଣ୍ଡର ଦର ହ୍ରାସ ପାଇଥିବା ବିଷୟ ମଧ୍ୟ ସେ କହିଥିଲେ । “ଏଥିପାଇଁ ଉଜ୍ଜ୍ୱଳା ହିତାଧିକାରୀ ଭଉଣୀମାନେ ଏବେ ୪୦୦ଟଙ୍କା ଶସ୍ତାରେ ସିଲିଣ୍ଡର ପାଉଛନ୍ତି” ବୋଲି ଶ୍ରୀ ମୋଦୀ କହିଥିଲେ । ସେଥିପାଇଁ କେନ୍ଦ୍ର ସରକାର ଗତକାଲି ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଦେଶର ୭୫ଲକ୍ଷ ଅଧିକ ଭଉଣୀ ଏବେ ମାଗଣା ଗ୍ୟାସ ସଂଯୋଗ ପାଇବେ । ଯେପରି କୌଣସି ଭଉଣୀ ଗ୍ୟାସ ସଂଯୋଗରୁ ବାଦ୍ ନ ପଡନ୍ତି, ତାହା ଆମର ଲକ୍ଷ୍ୟ” ବୋଲି ଶ୍ରୀ ମୋଦୀ କହିଥିଲେ ।
ସେ କହିଥିଲେ ଯେ ସରକାର ତାଙ୍କର ପ୍ରତ୍ୟେକ ଗ୍ୟାରେଣ୍ଟି ପୂରଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ମଧ୍ୟସ୍ଥିଙ୍କୁ ହଟାଇବା ଦ୍ୱାରା ହିତାଧିକାରୀ କୃଷକ ପୁରା ଫାଇଦା ପାଉଛନ୍ତି ଓ ସେ ଏ ବାବଦ ପିଏମ୍ କିଶାନ ସମାନନିଧିର ଉଦାହରଣ ଦେଇଥିଲେ । ଏହା ଦ୍ୱାରା ହିତାଧିକାରୀ ଚାଷୀର ସିଧାସଳଖ ବ୍ୟାଙ୍କ ଖାତାରେ ୨୮,୦୦୦ ଟଙ୍କା ଜମା ହେଉଛି । ଏହି ଯୋଜନା ବାବଦ ସରକାର ୨, ୬୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।
ଗତ ନଅବର୍ଷ ମଧ୍ୟରେ କେନ୍ଦ୍ର ସରକାର ଚାଷୀଙ୍କ ଖର୍ଚ୍ଚ ହ୍ରାସ ଦିଗରେ ଉଦ୍ୟମ କରି ସେମାନଙ୍କୁ ଶସ୍ତା ଦରରେ ସାର ଯୋଗାଉଛନ୍ତି ଓ ଗତ ନଅବର୍ଷରେ ଏ ବାବଦ ୧୦ଲକ୍ଷ କୋଟିଟଙ୍କା ଖର୍ଚ୍ଚ କରିଛନ୍ତି । ଆମେରିକା ଜଣେ ଚାଷୀ ଗୋଟିଏ ବସ୍ତା ୟୁରିଆ ୩ହଜାର ଟଙ୍କାରେ କିଣୁଥିବାବେଳେ ଭାରତୀୟ ଚାଷୀଙ୍କୁ ୩ଶହ ଟଙ୍କାକୁ କମ୍ ଦେବାକୁ ପଡୁଛିୁ । ଅତୀତରେ ୟୁରିଆ କ୍ର୍ରୟ କ୍ଷେତ୍ରରେ ହଜାର ହଜାର କୋଟି ଟଙ୍କା ହେରଫେର ଉଦାହରଣ ଦେଇ ବର୍ତ୍ତମାନ ସବୁ ଆଡେ ଏହା ସହଜରେ ଉପଲବ୍ଧ ହେଉଛି ବୋଲି କହିଥିଲେ ।
“ଜଳସେଚନର ମହତ୍ୱ ବୁନ୍ଦେଲଖଣ୍ଡ ବ୍ୟତୀତ ଅଧିକ ଆଉ କିଏ ଜାଣିଛି” ବୋଲି କହି ଡବଲ ଇଞ୍ଜିନ ସରକାର ବୁନ୍ଦେଲଖଣ୍ଡର ଜଳସେଚନ ଉପରେ କରିଥିବା କାର୍ଯ୍ୟ ନେଇ ଆଲୋକପାତ କରିଥିଲେ । କେନ୍-ବେଟୱା ଲିଙ୍କ କେନାଲ ବୁନ୍ଦେଲଖଣ୍ଡ ସମେତ ଅଞ୍ଚଳର ଅନେକ ଜିଲ୍ଲାର କୃଷକଙ୍କୁ ସାହାଯ୍ୟ କରିବ । ଦେଶରେ ଚାରିବର୍ଷ ମଧ୍ୟରେ ୧୦କୋଟି ନୂତନ ପରିବାରଙ୍କୁ ପାଇପ ପାଣି ଯୋଗାଉଥିବାବେଳେ ଏଥିରେ ମଧ୍ୟପ୍ରଦେଶର ୬୫ ଲକ୍ଷ ପରିବାର ଅଛନ୍ତି ।” ଅଟଳ ଭୂତଳ ଜଳଯୋଜନାରେ ବୁନ୍ଦେଲଖଣ୍ଡର ଜଳଉତ୍ସ ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଥିଲେ । ସରକାର ଅଞ୍ଚଳର ବିକାଶ ନିମନ୍ତେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି କରିବା ସହ ଅକ୍ଟୋବର ୫, ୨୦୨୩ରେ ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜୟନ୍ତୀ ଧୁମଧାମରେ ପାଳିତ ହେବ ବୋଲି କହିଥିଲେ ।
ଉଦ୍ବୋଧନର ପରିସମାପ୍ତି ଘଟାଇ ପ୍ରଧାନମନ୍ତ୍ରୀ ତାଙ୍କ ସରକାର କାଳରେ ଗରିବ, ଦଳିତ, ଅନଗ୍ରସର ଓ ଆଦିବାସୀ ସବୁଠାରୁ ଅଧିକ ସୁବିଧା ପାଇଥିବା ପ୍ରକାଶ କରିଥିଲେ । ଅବହେଳିତଙ୍କୁ ଅଗ୍ରାଧିକାର ଦେବାର ମଡେଲ ଯୋଗୁଁ ସବ୍କା ସାଥ୍, ସବ୍କା ବିକାଶ ଆଦି ବିଶ୍ୱକୁ ରାସ୍ତା ଦେଖାଉଛି ବୋଲି କହି ସରକାର ବିଶ୍ୱର ତୃତୀୟ ବୃହତମ ଅର୍ଥ ବ୍ୟବସ୍ଥା ହେବା ପାଇଁ ଉଦ୍ୟମ ଅବ୍ୟାହତ ରଖି୍ଥିବା ପ୍ରକାଶ କରିଥିଲେ । ଭାରତକୁ ତିନି ନମ୍ବରରେ ରଖିବା ଦିଗରେ ମଧ୍ୟପ୍ରଦେଶ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଆଗାମୀ ପାଂଚବର୍ଷ ମଧ୍ୟପ୍ରଦେଶକୁ ବିକାଶର ନୂତନ ଶିଖରରେ ପହଞ୍ଚାଇବ ବୋଲି କହି ଶ୍ରୀ ମୋଦୀ ତାଙ୍କର ଉଦ୍ବୋଧନ ଶେଷ କରିଥିଲେ ।
ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହ୍ୱାନ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଉପସ୍ଥିତ ଥିଲେ।
ପୃଷ୍ଠଭୂମି- ରାଜ୍ୟରେ ଶିଳ୍ପ ବିକାଶକୁ ଗତି ଦେବାକୁ ଥିବା ବୀନା ତୈଳବିଶୋଧନାଗାରରେ ପ୍ରଧାନମନ୍ତ୍ରୀ ପେଟ୍ରେ ରସାୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ବିପିସିଏଲର ଏହି ବିଶୋଧନାଗାରରେ ପ୍ରକଳ୍ପି ପାଇଁ ପ୍ରାୟ ୪୯ହଜାର ଟଙ୍କା ଖର୍ଚ୍ଚ ହେବ । ଏହା ବାର୍ଷିକ କେଟିପିଏ ଇଥାଲନ ଓ ପ୍ରପିଲନ୍ ଉତ୍ପାଦନ କରିବ । କର୍ପାଶ, ପ୍ୟାକେଜିଂ, ଫାର୍ମା ଇତ୍ୟାଦି ପାଇଁ ଏହା ହେଉଛି ମୁଖ୍ୟ ଉତ୍ପାଦନ । ଏହା ଦେଶର ଆମଦାନୀ ହ୍ରାସ କରିବା ସହ ଦେଶକୁ ପେଟ୍ରୋଲିୟମ କ୍ଷେତ୍ରହରେ ଆତ୍ମ ନିର୍ଭର କରିବ ।
କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ମଧ୍ୟ ଶକ୍ତି ଓ ଅକ୍ଷୟ ଶକ୍ତି ପ୍ରସ୍ତୁତ ଜୋନର ଶିଳାନ୍ୟାସ ନର୍ମଦାପୁରମ୍ ଜିଲ୍ଲାରେ କରିଥିଲେ । ଇନ୍ଦୋରରେ ଦୁଇଟି ଆଇଟି ଓ ରତଲାମରେ ଗୋଟିଏ ବୃହତ ଶିଳ୍ପ ଉଦ୍ୟାନ ସମତେ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଛଅଟି ଭଳି ମୋଟ ଦଶଟି ଶିଳ୍ପାଞ୍ଚଳ ଶିଳାନ୍ୟାସ କରିଥିଲେ ।
ନିର୍ମଦାପୁରମ୍ର ଶକ୍ତି ଓ ଅକ୍ଷୟ ଶକ୍ତି ଅଞ୍ଚଳ ୪୬୦କୋଟି ଟଙ୍କାର ବିକଶିତ ହେଉଥିବାବେଳେ ଇନ୍ଦୋର ଆଇଟି ପାର୍କ ୩ ଓ ୪କୋଟି ପାଇଁ ୫୫୦କୋଟି ବ୍ୟୟ ହୋଇ ଆଇଟି କ୍ଷେତ୍ରରେ ବିକାଶ ଘଟାଇବ ।
ରତଲାମର ବୃହତ ଶିଳ୍ପ ଉଦ୍ୟାନ ୪୬୦କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ହେବା ସହ ଏହା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ହାଇୱେ ସହ ସଂଯୋଗ ହେବ ।
ସନ୍ତୁଳିତ ଆଞ୍ଚଳିକ ବିଶାକ ସମାନ ନିଯୁକ୍ତି ରାଜ୍ୟରେ ଦେବା ପାଇଁ ୬ଟି ଶିଳ୍ପାଞ୍ଚଳ ସାଜାପୁର, ଗୁନା, ମାଉଗଞ୍ଜ, ଅଗର ମାଲୱା, ନର୍ମଦାପୁରମ୍ ଓ ମକ୍ସିଠାରେ ୩୧୦କୋଟି ବ୍ୟୟରେ ବିକଶିତ ହେବ ।

Leave A Reply

Your email address will not be published.