ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତର ଉପାନ୍ତ ଅଞ୍ଚଳଗୁଡିକ ଖୁଲାଗଡ଼, ଲୁହୁରେଟ, କାଦୋପାଣି, ନାଗେନମାଲ, ହିଟିଲି ଓ ବାଗମୁଣ୍ଡ ପଞ୍ଚାୟତରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଥମେ ଖୋଲାଗଡ଼ଗ୍ରାମରୁ ଆରମ୍ଭ କରି ଶେଷରେ ବାଘମୁଣ୍ଡ ପଂଚାୟତରେ ଶେଷ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିଜ ଗ୍ରାମର ନିଜ ଘର ତୁଳସୀ ଚୌରାରୁ ମାଟି ସଂଗ୍ରହ କରି ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ଓ ପାଟଣାଗଡ଼ ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଧରିଥିବା ଅମୃତ କଳସରେ ମହିଳା ମାନେ ମାଟି ଭର୍ତି କରିଥିଲେ । ବାଜା ବଜାଇ ଅମୃତ କଳସକୁ ସସମ୍ମାନେ ଗ୍ରାମବାସୀ ପାଛୋଟି ନେଇ ଫୁଲମାଳ ପିନ୍ଧାଇ ମାଟି ଅର୍ପଣ କରିଥିଲେ । ଏହି ଅବସରରେ ସମସ୍ତ ଗ୍ରାମରେ ଏକ ସଭା ଆୟୋଜନ କରି ଏହାର ତାତ୍ପର୍ଯ୍ୟ ବୁଝାଇଥିଲେ ।

Leave A Reply

Your email address will not be published.