ନୂଆଁଖାଇରେ ଇଷ୍ଟଦେବୀ ମନ୍ଦିରକୁ ଆଲୋକମାଳାରେ ସଜ୍ଜିତ କରିବା ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ନୂଆଁଖାଇ ଅବସରରେ ଆଗାମୀ ୧୯ ଓ ୨୦ ତାରିଖ ଦିନ ବଲାଙ୍ଗିର ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀ ମନ୍ଦିରକୁ ଆଲୋକମାଳା ଓ ପୁଷ୍ପରେ ସଜ୍ଜିତ କରିବା ପାଇଁ ବଲାଙ୍ଗିର ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କୁ ପ୍ରଦାନ କରାଯାଇଛି । ସ୍ୱତନ୍ତ୍ର ଭୋଗ ନୀତି ପାଇଁ ମଧ୍ୟ ଦାବୀ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନୂଆଁଖାଇରେ ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହେଲା ପରେ ସମସ୍ତେ ନୂଆଁ ଖାଇଥାନ୍ତି କିନ୍ତୁ ମନ୍ଦିରଗୁଡିକୁ ବିଶେଷ ଧ୍ୟାନ ଦିଆଯାଉ ନାହିଁ । ମନ୍ଦିରରେ ଏହି ଦିନ ଭକ୍ତଙ୍କ ପ୍ରବଳ ଭିଡ ହୋଇଥାଏ । ଦାବୀପତ୍ର ଦେବା ସମୟରେ ମା’ ପାଟଣେଶ୍ୱରୀ ଦେବୀଙ୍କ ମୁକୁଟ ଭାଙ୍ଗି ଯାଇଥିବା ବିଷୟରେ ମଧ୍ୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା ଏବଂ ଦେବୀଙ୍କ ମନ୍ଦିରରେ ବୈରଭ ଛତର ପ୍ରତିବର୍ଷ ନୂତନ ଭାବେ ସ୍ଥାପନ ହେବା କଥା ବୋଲି ଦାବୀ ଉପସ୍ଥାପନ କରିଥିଲେ । ଦେବାଳୟ ସୁରକ୍ଷା କମିଟିର ଆବାହକ ପ୍ରଶାନ୍ତ ମହାକୁର, ସମଲେଇ ମନ୍ଦିର ଆଳତି କମିଟିର ସଭାପତି ବିକାଶ ସାଏ, ସୂଚନାକର୍ମୀ ଶମ୍ଭୁ ପ୍ରସାଦ ଶତପଥି, ହଳଦିଆ ତେଲି ସମାଜର ସଭାପତି ଅଶୋକ କୁମାର ସାହୁ ଦାବୀ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.