ବଲାଙ୍ଗିର, (କେପିଏନ୍ଏସ୍) : ପବିତ୍ର ଗୁରୁ ଦିବସରେ ନନ୍ଦିଘୋଷ ଟିଭି ଓ ସକାଳ ତରଫରୁ କରାଯାଇଥିବା “ଗୁରୁ ବ୍ରହ୍ମା ସମ୍ମାନ ୨୦୨୩” ଉତ୍ସବରେ ଆଲୋକ କୁମାର ପଣ୍ଡାଙ୍କୁ ଗୁରୁ ବ୍ରହ୍ମା ସମ୍ମାନରେ ସମ୍ମାନିତ କରାଯାଇଛି । ଉକ୍ତ ଉତ୍ସବରେ ଓଡ଼ିଶାର ଶ୍ରେଷ୍ଠ ବିବେଚିତ ୧୫ ଜଣ ଗୁରୁଙ୍କୁ ସମ୍ମାନିତ କରାଯାଇଥିଲା । ଶ୍ରୀ ପଣ୍ଡା ବଲାଙ୍ଗିର ଜିଲ୍ଲାର ସରକାରୀ ଆଶ୍ରମ ବିଦ୍ୟାଳୟ, କପସିପାଲିରେ ଶିକ୍ଷାଦାନ କରନ୍ତି । ତାଙ୍କର ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏ ସମ୍ମାନ ମିଳିଛି । ଶ୍ରୀ ପଣ୍ଡା “ଭଏସ ଅଫ ଆଲୋକ” ୟୁ ଟ୍ୟୁବ୍ ଚେନଲ ମାଧ୍ୟମରେ ୭୦ରୁ ଅଧିକ ୧୯୯୦ ଦଶକର ସାହିତ୍ୟ ପାଠ ନିଜ ସ୍ୱର ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି । ତାଙ୍କର ଫେସବୁକ୍ ପେଜରେ ଅତିଥି ରୂପେ ଆସିଥିବା ୭୦ରୁ ଅଧିକ କଳାକାରଙ୍କୁ ସ୍ଵତନ୍ତ୍ର ପରିଚୟ ଦେଇ ପାରିଛନ୍ତି । ସେ କେବଳ ଶିକ୍ଷକତା ନୁହଁ, ଗୀତ, ନାଟକ, ବାଦ୍ୟ, ମ୍ୟୁଜିକାଲ କି ବୋର୍ଡ ବାଦନ ଏପରି ଅନେକ କଳାରେ ପରିପୂର୍ଣ୍ଣ । ତାଙ୍କୁ ଗୁରୁ ବ୍ରହ୍ମା ମିଳିବା ଖବର ଶୁଣି ତାଙ୍କ ପ୍ରଶଂସକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।
Next Post