ପାଇକମାଲର ପ୍ରତିଷ୍ଠିତ ବ୍ୟବସାୟୀ ପ୍ରକାଶ ଜିନ୍ଦଲଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସହରର ଜିନ୍ଦଲ କ୍ଳଥ ଷ୍ଟୋର ମାଲିକ ପ୍ରକାଶ ଜିନ୍ଦଳଙ୍କ ରାଇପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ପରଲୋକ । ମୃତ୍ୟୁ ବେଳକୁ ୫୨ ବର୍ଷ ବୟସ ହୋଇଥିଲା । ସେ କିଡିନି ଏବଂ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଆଗରୁ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁ ସମୟରେ ତାଙ୍କର ସ୍ତ୍ରୀ ସନ୍ତୋଷିନୀ ଦେବୀ, ଆଉ ଚାରି ଝିଅ ଚାନ୍ଦିନୀ, ରୋଶନୀ, ମାସୁମ, ନୟନା, ଭାଇ ଅଶୋକ, ଅନିଲ, ଅମନ ଉପସ୍ଥିତ ଥିଲେ । ତାଙ୍କର ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ସାନ ଭାଇ ଅନିଲ ଜିନ୍ଦଲ ମୁଖାଗ୍ନି ଦେଇଥିଲେ । ଏହି ଶବଦାହରେ ପାଇକମାଲ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସେ ଜଣେ ମେଳାପୀ ସ୍ୱଭାବର ବ୍ୟକ୍ତିତ୍ୱ ହୋଇଥିବାରୁ ତାଙ୍କ ବିୟୋଗରେ ପାଇକମାଲ ଅଞ୍ଚଳରେ ଶୋକର ଲହରୀ ଖେଳାଇ ଯାଇଛି ।

Leave A Reply

Your email address will not be published.