ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଜବାହଲାଲ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ନ୍ୟାୟ ଦାବୀରେ ଉପଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ୨ ତାରିଖ ଦିନ ଜବାହାରଲାଲ ମହାବିଦ୍ୟାଳୟ ଗେଟ ସାମ୍ନାରେ ଏକ ଟ୍ରକ ମାଡି ଯିବାରୁ ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ ସୁଭଦର୍ଶନୀ ପଧାନ ନାମକ ଜନୈକ ଛାତ୍ରୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା ଓ ପରେ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା । ଡ୍ରାଇଭରଙ୍କୁ ଗିରଫ, ମୃତ ଛାତ୍ରୀଙ୍କ ପରିବାରକୁ କୋଡିଏ ଲକ୍ଷ ଟଙ୍କା କ୍ଷତି ପୂରଣ ଏମିତି ଅନେକ ଦାବୀ ନେଇ କଲେଜରୁ ବାହାରି ଏକ ରାଲି ଦ୍ୱାରା ସହର ପରିକ୍ରମା କରି ଉପାଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ । ପରେ ଉପଜିଲ୍ଲାପାଳଙ୍କ ବୁଝାସୁଘା ପରେ ଘରକୁ ଫେରିଥିଲେ ।
Prev Post