csstore

କେରମେଲି ସ୍କୁଲରେ ଗୁରୁଦିବସ

ସଇଁନ୍ତଲା : ସଇଁନ୍ତଲା ବ୍ଲକ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ କେରମେଲି ସ୍କୁଲରେ ଗୁରୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ସରୋଜ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍କୁଲ ଶିକ୍ଷୟତ୍ରୀ ରଶ୍ମିତା ନାୟକ ଛାତ୍ରଛାତ୍ରୀମାନଙ୍କୁ ଗୁରୁଦିବସ ପାଳନର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିବା ବେଳେ ଗୁରୁ ଶିଷ୍ୟ ସମ୍ପର୍କର ଆଲୋଚନାରେ ପୌରାଣିକ କଥା ବସ୍ତୁ ଉପରେ ମତବ୍ୟକ୍ତ ଦେଇଥିଲେ । ଶିକ୍ଷୟତ୍ରୀ ରିନୁ ସାହୁ, ସବିତା ଇକ୍କା, ମିନତୀ ଦାସ, ଗୀତାଞ୍ଜଳି ମହାକୁର, ଶିକ୍ଷକ ପ୍ରସାନନ୍ଦ ବାଗ, ସୌମ୍ୟ ରଞ୍ଜନ ମହାନ୍ତି, ଅନୁପମ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ ଶିକ୍ଷୟତ୍ରୀ ମୋନାଲିସା ମହାପାତ୍ର ସଭା ପରିଚାଳନା କରିଥିଲେ । ଶେଷରେ ଛାତ୍ରୀ ସାଂସ୍କୃତିକ ସେବିକା ଶୁଭ୍ରାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.