ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଜିଲ୍ଲା ସଂସ୍କୃତି ଭବନଠାରେ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଅତିଥି ଭାବରେ ଯୋଗଦେଇ ସୂଚନା, ଶିକ୍ଷା, ଯୋଗାଯୋଗ କାର୍ଯ୍ୟକ୍ରମ ଆଧାରରେ ଲୋକକଳାର ପ୍ରୟୋଗ କିପରି କରାଯିବ ତାହାର ତାଲିମ ପ୍ରଦାନ କରାଯାଇଥିଲା । ଏହା ଦ୍ୱାରା ଲୋକକଳା, କଳାକାର ତଥା କଳା ମାଧ୍ୟମରେ ସରକାରୀ ଯୋଜନା ସଂପର୍କରେ ସଚେତନ ହେଉଥିବା ଜନତାଙ୍କ ପାଇଁ ସୁନ୍ଦର ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ସେ କହିଥିଲେ । ଜିଲ୍ଲା କଳାସଂସ୍କୃତି ସଂଘ ଉପସଭାପତି ସୁଦାମ ବିଶି, ବଙ୍ଗୋମୁଣ୍ଡା ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ରେଣୁରଂଜନ ବାଗ, ପାଟଣାଗଡ ଉପଖଣ୍ଡର ଏସ୍ଡି ଆଇପିଆର ଓ ସଂଜୀବ କୁମାର ମହାନ୍ତି ପ୍ରମୁଖ ମଂଚାସୀନ ହୋଇଥିଲେ । ସୂଚନା, ଶିକ୍ଷା, ଯୋଗାଯୋଗ ଆଧାରରେ ଲୋକ କଳା ପରିବେଷଣ କରି ଲୋକଙ୍କୁ କେମିତି ଅବଗତ କରିହେବ ସେ ବିଷୟରେ ଆଲୋଚନା କରିଥିଲେ । କଳାକାରମାନେ ଶେଷରେ ଲୋକକଳା ପରିବେଷଣ କରିଥିଲେ । ଆଗାମୀ ଦିନରେ କାର୍ଯ୍ୟକ୍ରମ ସଫଳ ହେବ ବୋଲି କହିଥିଲେ । ଶେଷରେ ସେମାନକୁ ମାନପତ୍ର ପ୍ରଦାନ କରାଯାଇଥିଲା । ଅନ୍ତିମ ଦିନ ସନ୍ଦୀପ କୁମାର କୁଅଁର ଉଦ୍ଯାପନୀ ସଭାକୁ ସଂଯୋଜନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ କଳାକାରମାନଙ୍କର କାର୍ଯ୍ୟକ୍ରମ ପରିବେଷଣ, ସୂଚନା ଓ ବିଭିନ୍ନ ବ୍ୟବସ୍ଥା ସଂପର୍କରେ ବୁଝାଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ତାଲିମ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।