କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ହରିଭବନଠାରେ ଅଗ୍ରୱାଲ ସଭା ଟ୍ରଷ୍ଟ ତରଫରୁ ମାଗଣାରେ କର୍କଟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କର୍କଟ ପରୀକ୍ଷା ଓ ରୋଗର ଲକ୍ଷଣ ହେଉଛି ପାଟିରେ ଘା କିମ୍ବା ବେକରେ ଗଣ୍ଠି, ଝାଡ଼ା ଓ ପରିସ୍ରାରେ ପରିବର୍ତ୍ତନ, ଓଜନ ହ୍ରାସ, ଲଗାତାର କାଶ କିମ୍ବା ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା, କ୍ଳାନ୍ତତା, ଖାଦ୍ୟ ଗିଳିବାରେ ଅସୁବିଧା, ସ୍ବରରେ ପରିବର୍ତ୍ତନ, ରକ୍ତ ସ୍ରାବ କିମ୍ବା ଘା ନ ଶୁଖିବା, ରଜନିବୃତ୍ତି ପରେ ଅତ୍ୟଧିକ ରକ୍ତ ସ୍ରାବ ହେବା ବିଷୟ ଉପରେ ବୁଝାଇ କହିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନୀୟ ଅତିଥି ଭାବେ ସୁନିଲ ଓମ୍ ପ୍ରକାଶ (ସମାଜସେବୀ, ରାୟପୁର)ସଂଯୋଜକ ଅରୁଣ କୁମାର ଆର୍ଯ୍ୟ, ସୁବାସ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।
Next Post