oom

କପା କିଆରିରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସର ଜୋରସୋର ତଦନ୍ତ ଜାରି

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ମହୁରୁଣ୍ଡି ଗ୍ରାମର ଜଣେ ମହିଳାଙ୍କ ମୃତଦେହ ଗତକାଲି କପା କିଆରିରୁ ଉଦ୍ଧାର ହୋଇଥିବା ଘଟଣାକୁ ନେଇ ଅଞ୍ଚଳରେ ବିଭିନ୍ନ ପ୍ରକାର ଆଲୋଚନା ହେଉଥିବା ଜଣାପଡିଛି । ଶନିବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଠୁ ଆରମ୍ଭ କରି ମାଜିଷ୍ଟ୍ରେଟ, ଏସ୍‌ଡିପିଓ, ସମସ୍ତ ଅଧିକାରୀଙ୍କ ସହ ସାଇଣ୍ଟିଫିକ୍‌ ଦଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ସନ୍ଧ୍ୟାରେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ପରେ ନମୂନା ସଂଗ୍ରହ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା ଖପ୍ରାଖୋଲ ପୋଲିସ । ଏନେଇ ଶନିବାର ଖପ୍ରାଖୋଲ ଥାନା କେସ ନଂ ୧୫୮/୨୦୨୩ରେ ଏକ ହତ୍ୟା ମାମଲା ଋଜୁ ହୋଇଥିବା ବେଳେ ଆଜି ସକାଳୁ ଖପ୍ରାଖୋଲ ଥାନାଧିକାରୀଙ୍କ ନେତୃତ୍ୱରେ ପୋଲିସ ଦଳ ପୁଣି ମୃତ ମହିଳାଙ୍କ ଗ୍ରାମ ମହୁରୁଣ୍ଡି ଏବଂ ଘଟଣାସ୍ଥଳକୁ ଯାଇ ଜୋର୍‌ସୋର ତଦନ୍ତ କରୁଥିବା ଜଣାପଡିଛି । ତେବେ ଆଲ୍ଲାଦିନୀ ସାହାଣୀଙ୍କ ମୃତ୍ୟୁର କାରଣ ଖୋଜିବା ସହ ଘଟଣା ସମ୍ପର୍କରେ ବିଭିନ୍ନ ଲୋକଙ୍କୁ ପଚରାଉଚରା କରାଯାଉଛି । ଘଟଣାପରେ ମହୁରୁଣ୍ଡି ଗ୍ରାମରେ ଏକ ଶୋକର ବାତାବରଣ ଦେଖାଦେଇଛି । ଏନେଇ କିଛି ଲୋକଙ୍କୁ ପଚାରିବାରୁ ଖପ୍ରାଖୋଲ ପୋଲିସ ନିଶ୍ଚୟ ଏହି ଘଟଣାର ସତ୍ୟତା ସାମ୍ନାକୁ ଆଣିବ ବୋଲି ଲୋକେ ଖପ୍ରାଖୋଲ ପୋଲିସ ଉପରେ ଭରସା ରଖିଛନ୍ତି ।

jittmm
Leave A Reply

Your email address will not be published.