ପାରମ୍ପାରିକ ଜଙ୍ଗଲ ଜାତ ବୃକ୍ଷ ରୋପଣ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ ବିଭାଗଙ୍କ ସହଯୋଗରେ ଚଳିତ ବର୍ଷ ପାଇଁ ୧୦ ହଜାର ବୃକ୍ଷ ରୋପଣ ପାଇଁ ପ୍ରୟାସ ଜାରି ରହିଛି । ଏଠାରେ ପାରମ୍ପାରିକ ଜଙ୍ଗଲଜାତ ବୃକ୍ଷ ସହ ବିଭିନ୍ନ ଫଳ ବୃକ୍ଷ ମଧ୍ୟ ସାମିଲ କରାଯାଇଛି । ଆଜି ଉର୍ଲାଦନୀ ଗ୍ରାମ ପଞ୍ଚାୟତର ନାଗ ଝରି ଗ୍ରାମରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଭ୍ୟା ଓ ଉତେଇଲାହୁଲ ସେବା କୃଷକ ଉତ୍ପାଦକ କମ୍ପାନୀ ମେମ୍ବରମାନଙ୍କୁ ନେଇ ବୃକ୍ଷ ରୋପଣ କରାଯାଇଛି । ଏଥିର ସେବାଜଗତ ପ୍ରକଳ୍ପ ସଂଯୋଜକ ସମସ୍ତ ଯୋଗାଯୋଗ ଦାୟିତ୍ଵ ନେଇଥିବା ବେଳେ ଯୋଗିରାମ ମାଝୀ ସହଯୋଗ କରିଥିଲେ ।

Leave A Reply

Your email address will not be published.