ବାର୍ଷିକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ସବଡେଗା ବ୍ଲକର ଗାଇବିରା କଇଁସାର ଅଷ୍ଟ୍ରୋଟ୍ରଫ ପଡିଆଠାରେ ଚାଲିଥିବା ବାର୍ଷିକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତା ସଫଳତା ପୂର୍ବକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ମୁଖ୍ୟ ବାଲିଶଙ୍କରା କର ଜିଲ୍ଲା ପରିଷଦ ସଭ୍ୟ ବିନୋଦ କୁମାର କୁଜୁରଙ୍କ ଆବାହକତ୍ୱରେ ଆୟୋଜିତ ଏହି କ୍ରୀଡାରେ ଜିଲ୍ଲାର ୬୪ଟି ଦଳ ଅଂଶଗ୍ରହଣ କରିଥିଲେ । ମୁଖ୍ୟଅତିଥି ଭାବେ ଏସ୍‌ଡିସି ଅଧ୍ୟକ୍ଷ ବିନୟ ଟପ୍ପୋ, ସମ୍ମାନିତ ଅତିଥି ଭାବେ ସିଆରପିଏଫ୍‌ର ପ୍ରାକ୍ତନ ଡିଆଇଜି ଦୟାନିଧି ତନ୍ତୀ, ସବଡେଗା କ ଜିଲ୍ଲା ପରିଷଦ ସଭ୍ୟ ମନୋଜ କୁମାର ବରୁୱା, ସବଡେଗା ଖ ଜିଲ୍ଲା ପରିଷଦ ସଭ୍ୟା ଜୋଲାନୀ କେର୍କେଟା, ସବଡେଗା ତହସିଲଦାର ସୁମନ ମିଞ୍ଜ, ସବଡେଗା ବ୍ଲକର ଉପାଧ୍ୟକ୍ଷ ସୁଶାନ୍ତ ବେହେରା, ବାଲିଶଙ୍କରା ଖ ଜିଲ୍ଲା ପରିଷଦ ସଭ୍ୟା ଜୟନ୍ତୀ ଏକ୍କା, ସୁନ୍ଦରଗଡ ସାଇର ମୁଖ୍ୟ କୋଚ୍ ଆବ୍ରାହମ କିସପୋଟା, ବରିଷ୍ଠ କୋଚ୍ ପ୍ରଦୀପ କୁମାର ଷଡଙ୍ଗୀ, ରମେଶ କୁମାର ଶୁଖଦେବ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ଏସଏନଜି ବ୍ରଦର୍ଶ ବି ଦଳ ଚମ୍ପିୟାନ ହୋଇ ୨୦ହଜାର ନଗଦ ଅର୍ଥ ଓ ବାକୁଡିହିର ଡିଡବ୍ଲୁସି ଦଳ ରନର୍ସ ଅପ ହୋଇ ୧୫ ହଜାର ଟଙ୍କା ପୁରସ୍କାର ଲାଭ କରିଥିଲେ । ସେହିପରି ତୃତୀୟ ଦଳ ଭାବେ ଦେଓଗାଁ ଦଳ ୧୦ ହଜାର ଓ ଚତୁର୍ଥ ଦଳ ଭାବେ ରୁନଗାଁ ଦଳକୁ ୭ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଖେଳଗୁଡିକୁ କୋଚ ସର୍ବଶ୍ରୀ ଜର୍ଜ କେର୍କେଟା, ମିଲନ ଏକ୍କା, ବିଲକସ କିଶୋର ଟପ୍ପୋ, ଦୀପକ କୁଜୁର, ଅଜିତ ଲାକ୍ରା, ରାକେଶ ଲାକ୍ରା, ଜୋହନ ସୋରେନ, ଅଞ୍ଜାସ ଟେଟେ, ସନ୍ଦିପ ବାର୍ଲା, ନୀତଲ ସୋରେଙ୍ଗ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.