ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସାମାଜିକ ବାସନ୍ଦ ଭଳି ପ୍ରଥା ସ୍ୱାଭାବିକ ଭାବେ ଚାଲିଛି । ଯେଉଁ ବିଷୟରେ ବ୍ୟକ୍ତି ଓ ପରିବାରକୁ ନେଇ ଆସିଥିବା ସମସ୍ୟା ପ୍ରଶାସନର ଦ୍ୱାରସ୍ଥ ହେଲେ କିମ୍ବା ଲୋକ-ଲୋଚନକୁ ଆସିଲେ ଏବେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଶେଷ ଧ୍ୟାନ ଦେଉଛି । ଏଭଳି ଏକ ସମସ୍ୟା ୨୦୧୬ ମସିହାଠାରୁ ଗ୍ରାମ କୁଳୀନ ସମାଜରେ ବାସନ୍ଦ ହୋଇ ଗ୍ରାମ ସମାଜରେ ନାନା ନିର୍ଯ୍ୟାତନାର ଶିକାର ହୋଇ ହନ୍ତସନ୍ତ ହୋଇଗଲେ । ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସମୟରେ ଏହି ପରିବାର ବହୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଆସିଥିଲେ । ବହୁ ମହଲରେ ନ୍ୟାୟ ପାଇଁ ଲଢ଼ି ଆସିଥିଲେ । କିନ୍ତୁ ବର୍ତ୍ତମାନର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କର ଦୃଷ୍ଟି ଆକର୍ଷଣ ହେବା ପରେ ଏହି ପରିବାର ବାସନ୍ଦ ମୁକ୍ତ ହେଲେ ବୋଲି ଜଣାଯାଏ । ଏହି ପରିବାରର ମୁଖ୍ୟ ଆବେଦନକାରୀ ଦଣ୍ଡେଶ୍ୱର ନାହାକ, ପିତା ପ୍ରକାଶ ନାହାକ, ମାତା ପଦ୍ମା ନାହାକ, ଗ୍ରାମ ରାମ୍ଫୁଡ଼ି, ଥାନା – କବିସୂର୍ଯ୍ୟନଗର ଜିଲ୍ଲା ଗଞ୍ଜାମ ବୋଲି ଜଣାଯାଇଛି । ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର କୁଳ ସଭାପତି ଓ ସମ୍ପାଦକଙ୍କ ଦ୍ଵାରା ହୋଇଥିବା ଏହି ବାସନ୍ଦ ପରିବାରକୁ ବାସନ୍ଦ ଅବା ମନାନ୍ତର କରି ନାହୁଁ ବୋଲି ଜିଲ୍ଲା ପ୍ରଶାସନ ଆଗରେ ଗତ ତା.୩ / ୭ / ୨୦୨୩ ରିଖରେ ଲିଖିତ ଭାବେ ବିବୃତ୍ତି ଦେଇଛନ୍ତି । ଏହି କପି ଅଗଷ୍ଟ ୧୭ ତାରିଖରେ ଜିଲ୍ଲା ପ୍ରଶାସନଠାରେ ଗୃହୀତ ହୋଇଛି । ଆଗାମୀ ଦିନରେ ଆମ ପରିବାର ଉପରେ କୁଳ ସଂଘ ସମାଜ ତରଫରୁ କୌଣସି ଅସୁବିଧା ହେଲେ ପୁନଃଶ୍ଚ ଜିଲ୍ଲା ପ୍ରଶାସନ ଓ ନ୍ୟାୟାଳୟର ଆଶ୍ରୟ ନେବୁ ବୋଲି ଦଣ୍ଡେଶ୍ୱର ନାହାକ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।
Prev Post
Next Post