jsm

ସମ୍ବିଧାନ ବିରୋଧୀ ମନ୍ତ୍ୟବ୍ୟକୁ ନିନ୍ଦା କରି ପ୍ରତିବାଦ ଜଣାଇ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର

csstore

ବରଗଡ, (ନିରୋଜ କୁମାର ପାଣୀ) : ଭାରତର ପ୍ରଧାନମନ୍ତ୍ରୀଙ୍କର ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ ଭାରତୀୟ ସମ୍ବିଧାନକୁ ପୁରୁଣା କହି ନୂତନ ସମ୍ବିଧାନର ଆବଶ୍ୟକତା ରହିଛି ବୋଲି ମନ୍ତବ୍ୟ ଦେଉଥିବାରୁ ପ୍ରତିବାଦ ଜଣାଇ ବହୁଜନ ସମାଜ ପାର୍ଟି ବରଗଡ ଜିଲ୍ଲା କମିଟି ତରଫରୁ ବରଗଡ଼ ଜିଲ୍ଲପାଳଙ୍କ ଜରିଆର ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରା ଯାଇଛି । ସର୍ବ ପ୍ରଥମେ ବରଗଡ଼ ଠାରେ ଥିବା ଆଗ୍ରଗାମୀ ଯୁବକ ସଙ୍ଘ ଭବନରୁ ବାହାରି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଶୋଭାଯାତ୍ରା କରି ଜିଲ୍ଲାପାଳ କାର୍ୟ୍ୟାଳୟ ଠାରେ କର୍ମକର୍ତ୍ତା ମାନେ ପହଞ୍ଚି ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ପରେ ଏକ ସଭାର ଆୟୋଜନ କରା ଯାଇଥିଲା । ଏହି ସଭାରେ ବହୁଜନ ପାର୍ଟିର ସମ୍ବଲପୁର ସେକ୍ଟର ପ୍ରଭାରୀ ରାଜୁ ନନ୍ଦ, ଓକିଲ ତଥା ସାମ୍ବାଦିକ ସୃଜୟରାମ ବାଗ, ବରଗଡ ଲୋକସଭା ପ୍ରଭାରୀ ଟଙ୍କଧର କଣ୍ଟା, ବରଗଡ ଜିଲ୍ଲା ପ୍ରଭାରୀ ଚୈତନ୍ୟ ବାଗ, ବରଗଡ଼ ଜିଲ୍ଲା ସଭାପତି ଅଜୟ କୁମାର ମଞ୍ଚାସୀନ ଥିଲେ । ସଭାରେ ଆଗାମୀ ଦିନରେ ବହୁଜନ ପାର୍ଟିର କାର୍ୟ୍ୟ ପନ୍ଥା କିପରି ଅଗ୍ରସର ହେବ ସେହି ବିଷୟରେ ଆଲୋଚନା କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଜିଲ୍ଲାରୁ ବିଭିନ୍ନ ସ୍ଥାନରୁ କର୍ମକର୍ତ୍ତା ମାନେ ଆସି ଯୋଗଦାନ କରିଥିଲେ ।

yuvodaya
Leave A Reply

Your email address will not be published.