jayashree

ସହଯୋଗ ଫାଉଣ୍ଡେସନ୍‌ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ସହିତ ପାଳନ କଲା ରକ୍ଷା ବନ୍ଧନ

ବାଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ଧାର୍ମିକ ସଂସ୍କୃତି ଅନୁଯାୟୀ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ରକ୍ଷା ବନ୍ଧନ ପର୍ବ ପାଳନ କରାଯାଏ । ଏହି ପର୍ବ ଭାଇ ଓ ଭଉଣୀମାନଙ୍କୁ ସ୍ନେହ ଶ୍ରଦ୍ଧାର ବନ୍ଧନରେ ବାନ୍ଧି ରଖିଥାଏ । ଏହି ଦିନ ଭଉଣୀ ନିଜ ଭାଇର ମଙ୍ଗଳ କାମନା କରି କପାଳରେ ଟିକା ଲଗାଇ ରାକ୍ଷୀ ବାନ୍ଧିଥାଏ । ଏହା ଏକ ହିନ୍ଦୁ ପର୍ବ, କିନ୍ତୁ ଭାରତରେ ସମସ୍ତ ଜାତି ଓ ଧର୍ମର ଲୋକମାନେ ଏହାକୁ ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳନ କରନ୍ତି । ଶ୍ରାବଣ (ସାୱନ)ରେ ପାଳନ କରାଯାଉଥିବାରୁ ଏହାକୁ ଶ୍ରାବଣୀ (ସାୱନୀ) ବା ସାଲୋନୋ ମଧ୍ୟ କୁହାଯାଏ । ଆଜି ରକ୍ଷାବନ୍ଧନ ଦିନ ସହଯୋଗ ଫାଉଣ୍ଡେସନର ତଥା ମାରୱାଡି ମହିଳା ସମିତିର ସଦସ୍ୟା ମାନେ ବଲାଙ୍ଗିରରେ ଅବସ୍ଥିତ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌)ର ଶିବିରକୁ ଯାଇ ଯବାନମାନଙ୍କୁ ତିଲକ ଲଗାଇ ରାକ୍ଷୀ ବାନ୍ଧିଥିଲେ । ଯବାନ ମାନେ ସେମାନଙ୍କ ପରିବାର ଠାରୁ ଦୂରରେ ରହିଥିବା ବେଳେ ଆମ ଦେଶକୁ ସୁରକ୍ଷା ଦେବା ପାଇଁ ସର୍ବଦା ପ୍ରସ୍ତୁତ ରହିଛନ୍ତି । ଏତିକି ବେଳେ ସ୍ଥାନୀୟ ଲୋକଙ୍କ ସହ ରକ୍ଷା ବନ୍ଧନ ପର୍ବ ପାଳନ କରିବା ସମସ୍ତଙ୍କ ପାଇଁ ହୃଦୟସ୍ପର୍ଶୀ ମୁହୂର୍ତ୍ତ ଥିଲା । ଆଜିର କାର୍ଯ୍ୟକ୍ରମକୁ ସଫଳ କରିବାରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ, ମାରୱାଡ଼ି ମହିଳା ସମିତି ଏବଂ ସହଯୋଗ ଫାଉଣ୍ଡେସନର ସମସ୍ତ ସଦସ୍ୟଙ୍କ ସହଯୋଗ ମିଳିଥିଲା ।

Leave A Reply

Your email address will not be published.