ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଫଳ ଚାଷ ପାଇଁ ଚାରା ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ଫଳଚାରା ଯୋଗାଇଥିବା ସଷ୍ଟେନେବୁଲ ଗ୍ରୀନ ଇନିସିଏଟିଭ ଫାଉଣ୍ଡେସନ ଓ ବାସୁଦେବ ଫାଉଣ୍ଡେସନର ପ୍ରତ୍ୟୁଷ ପଣ୍ଡା, ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜମନ ସାହୁ, ନଅଗାଁ ସମିତି ସଭ୍ୟ ଦେବଦତ୍ତ ଦଣ୍ଡସେନା, ପଲ୍ଲୀ ଆଲୋକ ପାଠାଗାର ପ୍ରୋଗ୍ରାମ ଅଫିସର ହୀରାଲାଲ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ଲୋଇସିଂହା ଓ ଆଗଲପୁର ବ୍ଲକର ବିଭିନ୍ନ ଗ୍ରାମରୁ ଚାଷୀମାନେ ଯୋଗଦେଇ ଫଳଚାରା ନେଇଥିଲେ । ସାମ୍ପ୍ରତିକ ସ୍ଥିତିରେ ବିଶ୍ୱସ୍ତରରେ ଜଳବାୟୁ ପରିବର୍ତନ ଯୋଗୁଁ ଅନେକ ସମୟରେ ବହୁବିଧ ସମସ୍ୟା ଦେଖାଯିବା ସହିତ ମରୁଡି ଓ ବନ୍ୟା ଭଳି ଦୁଃଖଦ ଘଟଣା ନଜରକୁ ଆସୁଛି । ଏଭଳି ସ୍ଥିତିରେ ସୁଧାର ଆଣିବା ସହିତ ଚାଷୀ ମାନେ ଏହି ଫଳଚାରା ଲଗାଇ ୨ରୁ ୩ ବର୍ଷରେ ଫଳ ବିକ୍ରି କରି ଲାଭବାନ ହୋଇ ପାରୁଛନ୍ତି । ଅନୁଷ୍ଠାନ ପକ୍ଷରୁ ଅଦ୍ୟାବଧି ୪୩୪ ଜଣ ଚାଷୀଙ୍କୁ ଆମ୍ବ, ଲେମ୍ବୁ, ପଣସ, ତଥା ପିଜୁଳି ଚାରା ବଣ୍ଟନ କରାଯାଇଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମ ପରିଚାଳନାରେ ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ, ରଞ୍ଜନ ମହାଲିଙ୍ଗ, ପିଣ୍ଟୁ ପଧାନ, ପ୍ରଶାନ୍ତ କୁଅଁର ଓ ଆଶିଷ ବିଶ୍ୱାଳ ସହଯୋଗ କରିଥିଲେ ।
Next Post