- ଉଭୟ ନେତା ଦ୍ବିପାକ୍ଷିକ, କ୍ଷେତ୍ରୀୟ ଓ ବୈଶ୍ବିକ ସମସ୍ୟା ଉପରେ ଆଲୋଚନା କରିଛନ୍ତି
- ଜି-20 ଶିଖର ସମ୍ମିଳନୀରେ ରୁଷର ପ୍ରତିନିଧିତ୍ବ ଦେଶର ବିଦେଶ ମନ୍ତ୍ରୀ କରିବେ
- ପ୍ରଧାନମନ୍ତ୍ରୀ ଭାରତର ଜି-20 ଅଧ୍ୟକ୍ଷତାକୁ ରୁଷର ନିରନ୍ତର ସମର୍ଥନ ପାଇଁ ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷର ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁତିନଙ୍କ ସହିତ ଟେଲିଫୋନରେ ଆଲୋଚନା କରିଛନ୍ତି ।
ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରସଙ୍ଗରେ ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଜୋହାନ୍ସବର୍ଗରେ ନିକଟରେ ଶେଷ ହୋଇଥିବା ବ୍ରିକ୍ସ ସମ୍ମିଳନୀ ସମେତ ପାରସ୍ପରିକ ଚିନ୍ତାଧାରାର ଆଞ୍ଚଳିକ ତଥା ବିଶ୍ବସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିଥିଲେ ।
ରାଷ୍ଟ୍ରପତି ପୁତିନ 9-10 ସେପ୍ଟେମ୍ବର 2023 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି -20 ଶିଖର ସମ୍ମିଳନୀରେ ଯୋଗଦେବାରେ ନିଜର ଅକ୍ଷମତା ବିଷୟରେ ଜଣାଇଥିଲେ ଏବଂ ସୂଚନା ପ୍ରଦାନ କରିଥିଲେ ଯେ ରୁଷର ପ୍ରତିନିଧିତ୍ବ ରୁଷ ବୈଦେଶିକ ମନ୍ତ୍ରୀ ମହାମହିମ ଶ୍ରୀ ସର୍ଗେଇ ଲାଭରୋଭ୍ କରିବେ ।
ପ୍ରଧାନମନ୍ତ୍ରୀ ଭାରତର ଜି-20 ଅଧ୍ୟକ୍ଷତା ଅନ୍ତର୍ଗତ ସମସ୍ତ ପଦକ୍ଷେପ ପାଇଁ ରୁଷର ନିରନ୍ତର ସମର୍ଥନ ପାଇଁ ରାଷ୍ଟ୍ରପତି ପୁତିନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉଭୟ ନେତା ପରସ୍ପର ସମ୍ପର୍କରେ ରହିବା ପାଇଁ ସହମତି ଜଣାଇଛନ୍ତି ।