ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସଂଭ୍ରାନ୍ତ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ ସର୍କଲ ପରିସରରେ ନିୟମିତ ରୂପେ ନୃତ୍ୟ, ସଂଗୀତ, ଚିତ୍ରକଳା ପ୍ରଭୃତି ଶିକ୍ଷାଦାନ କରାଯାଇଥାଏ । ଚଳିତ ଅଗଷ୍ଟ ମାସ ୨୫ ତାରିଖ ଦିନ ଅନୁଷ୍ଠାନର ମାସିକ ଆସର ଅବସରରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଯେଉଁଥିରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ନିଜ ନିଜ କଳାନୈପୁଣ୍ୟର ପରାକାଷ୍ଠା ପ୍ରଦର୍ଶନ କରିଥିଲେ । ସୁଶ୍ରୀ ଗ୍ରୀଷ୍ମା, ସ୍ପନ୍ଦିତା, ଶୁଭଶ୍ରୀ, ମନିଷା, ସମୃଦ୍ଧି, ସରନ୍ୟା, କେ. ସାଇସରନ୍ୟା ପ୍ରମୁଖ ଶିଳ୍ପୀମାନେ ଗୁରୁ ବନ୍ଦନା, ମୋହନ ପଲ୍ଲବୀ ଏବଂ ତୋ ଲାଗି ଗୋପଦାଣ୍ଡ ମନା ନୃତ୍ୟ ପରିବେଷଣ କରିଥିବା ବେଳେ ଦୀପକ ରାଉତ, ବାପିନା ନାୟକ, ସରସ୍ଵତୀ ନାଗ, ସୁଶ୍ରୀ ସଙ୍ଗୀତା ପଣ୍ଡା, ସାଇଶ୍ରୀତା ସାହୁ, ପ୍ରତ୍ୟୁଷ ପଦାରବିନ୍ଦ ସାହୁ, ତ୍ୟୁଷା ତେଜମୟୀ ସାହୁ ଏବଂ ଅଙ୍କିତା ବେହେରା ଉଭୟ ଆଧୁନିକ ଏବଂ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ । ବାଦ୍ୟ ଯନ୍ତ୍ରରେ ହାରମୋନିୟମ ଗୁରୁ ବାବାଜୀ ଚରଣ ବିଶ୍ୱାଳ, ତବଲାରେ ଗୁରୁ ବିବେକାନନ୍ଦ ପଣ୍ଡା, ଗୁରୁ ବିଭୂତି ଭୂଷଣ ପତି, ଗୁରୁ ବି.ଚନ୍ଦ୍ରଶେଖର ରାଓ ଏବଂ ବଂଶୀ ବାଦନରେ ଗୁରୁ ନରେନ୍ଦ୍ର କୁମାର ନାୟକ ପ୍ରମୁଖ ସହାୟତା କରିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦୀକା ଅଳକା ଚାନ୍ଦଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମାବେଶରେ କାର୍ଯ୍ୟକାରୀ ସଭାପତି ଇଂ. ଅଭୟ କୁମାର ଦାସ, କାର୍ଯ୍ୟକାରୀ ସଦସ୍ୟ ଲକ୍ଷ୍ମଣ ନାଥ ଦାସ, ସନ୍ତୋଷ କୁମାର ମଲ୍ଲିକ, ସୁଦେଷ୍ଣା ରାଉତ, ଅଜୟ କୁମାର ପଟ୍ଟନାୟକ ପ୍ରମୁଖ ସହାୟତା କରିଥିବା ବେଳେ ବହୁ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ଉପସ୍ଥିତ ଥିଲେ ।
Prev Post