ଅମେ ବି ମଣିଷ : ଅସହାୟଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ସଂକ‌ଳ୍ପ ରିବାରର ଭିନ୍ନ ଏକ ପ୍ରୟାସ

ବରଗଡ଼, (ନିରୋଜ କୁମାର ପାଣୀ) : ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କାର୍ୟ୍ୟକ୍ରମ ସଂକ‌ଳ୍ପ ପରିବାରର ଏକ ଅଭିନବ ପ୍ରୟାସ । ଆପଣଙ୍କ ପାଖରେ ଯଦି ଅଧିକ ଥାଏ, ତା ହେଲେ ଦେଇକି ଯାଆନ୍ତୁ ଓ ଦରକାର ଥିଲେ ନେଇକି ଯାଆନ୍ତୁ । ଆସନ୍ତୁ ସଂକ‌ଳ୍ପ ପରିବାରର ଏହି ମହତ କାର୍ୟ୍ୟରେ ସାମିଲ ହେବା ଓ ଅସହାୟ ମୁହଁରେ ଟିକିଏ ହସ ଫୁଟାଇବାକୁ ପ୍ରୟାସ କରିବା । ଥରୁଟିଏ ଚିନ୍ତା କରନ୍ତୁ, ଏହି ହାଡଭଙ୍ଗା ଶୀତରେ ଆମେ ବନ୍ଦ କୋଠରୀ ଭିତରେ ଥାଇ ମଧ୍ୟ ସହିବା ସୀମା ବାହାରେ । ତା’ହେଲେ ରାସ୍ତା କଡ଼ରେ ଜୀବନ ବିତାଉଥିବା ଲୋକେ କିପରି ଅବା ଧର୍ୟ୍ୟ ଧରି ଜୀବନ ବିତାଉଥିବେ । ଆଗାମୀ ୧୯ ଓ ୨୦ ତାରିଖ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଦୁଇଦିନ ଧରି ବରଗଡ଼ ଟାଉନ ଥାନା ସମ୍ମୁଖରେ ଏହି ମହତ କାର୍ୟ୍ୟକ୍ରମ “ସଂକ‌ଳ୍ପ ପରିବାର”ଦ୍ୱାରା ଆୟୋଜିତ କରାଯିବ । ଆସନ୍ତୁ ଏଥିରେ ସାମିଲ ହେବା ଓ ନିଜର ମାନବିକତା ପ୍ରକାଶ କରିବା ।

Leave A Reply

Your email address will not be published.