ବନବିଭାଗ ପକ୍ଷରୁ ଚଢ଼ାଉ : ୫ଟି ବିଜା ଲଗ୍, ୬ଟି ସାଲ୍ ଲଗ୍ ଏବଂ ୩ଟି ପଟା ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଞ୍ଜର କର୍ମଚାରୀମାନେ ହର୍ଡାଟାଲ୍ ବିଭାଗର ହର୍ଡାଟାଲ୍ ଗ୍ରାମ ନିକଟରେ ୫ଟି ବିଜା ଲଗ୍ ୧୬.୬୧ ସିଏଫ୍‌ଟି, ୬ଟି ସାଲ୍ ଲଗ୍ ୧୫.୩୮ ସିଏଫ୍‌ଟି ଏବଂ ୩ଟି ପଟା ୮.୧୩ ସିଏଫ୍‌ଟି ଜବତ କରିଥିବା ଜଣାପଡିଛି । ଅଧିକ ଅନୁସନ୍ଧାନ ପାଇଁ ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା । ରେଞ୍ଜ ଅଧିକାରୀ କେଶବ କିଶୋର ନାୟକଙ୍କ ନିର୍ଦ୍ଦେଶରେ ଫରେଷ୍ଟର ହରିବଂଶ ପଧାନ ଏବଂ ଫରେଷ୍ଟ ଗାର୍ଡ ଶ୍ରୀମତୀ ମାନସୀ ସ୍ୱାଇଁ, ବଲାଙ୍ଗିର ରେଞ୍ଜର ପାରା ସ୍କ୍ୱାର୍ଡଙ୍କ ସହିତ ଏହି ଚଢ଼ାଉ କରିଥିଲେ ।

Leave A Reply

Your email address will not be published.