ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘ ଓ ମହାସଂଘର କଳାକାରମାନଙ୍କ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘ ଓ ମହାସଂଘର ସମସ୍ତ କଳାକାରମାନଙ୍କୁ ନେଇ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଲଳିତ ଜଗତଙ୍କ ଆହ୍ଵାନ କ୍ରମେ ବ୍ଲକ ପରିସରରେ ନୁରାବନ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମହାସଂଘର ସମ୍ପାଦକ ଖଗେଶ୍ବର ମିର୍ଦ୍ଧା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ଭାବରେ ଶାନ୍ତି ଲାଲ ପ୍ରଧାନ, ଶେଷଦେବ ବାରିକ, ଶୁକଦେବ ବେରିଆ, ଗଣେଶ ପଟେଲ ଓ ଡୋଳାମଣି ପଟେଲ ଉପସ୍ଥିତ ଥିଲେ । ସରସ୍ୱତୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରି ସାମୂହିକ ଭାବରେ ଗୀତ ଗାନ କରାଯାଇଥିଲା । ବୈଠକରେ ସଭାକୁ ବି.କେ.ଏସ୍.ଏସ୍‌ର ଉପ ସଭାପତି ଲଳିତ ଜଗତ ପରିଚାଳନା କରି ସରକାର ତରଫରୁ ଆସୁଥିବା ବିଭିନ୍ନ ପ୍ରକାରର ଲୋକକଳା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମଗୁଡିକୁ ପ୍ରଚାର କରିବା ପାଇଁ ବୁଝାଇଥିଲେ । ସମସ୍ତ ଦଳ କିପରି ଭାବରେ ପ୍ରୋଗ୍ରାମ ଗୁଡିକ ପାଇ ପାରିବେ ସେ ବିଷୟରେ ମଧ୍ୟ ଅନେକ ଆଲୋଚନା ହୋଇଥିଲା । ଶେଷରେ ଶେଷଦେବ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.