ବଲାଙ୍ଗିର ଜିଲ୍ଲା ବ୍ୟାଡମିଣ୍ଟନ ପ୍ରତିଯୋଗିତା

  • ସବୁ ବୟସ ବର୍ଗରେ ଫାଇନାଲ ମୁକାବିଲା ଆଜି
  • ୯ ବୟସ ବାଳକ ବର୍ଗରେ ସମରଜିତ ଓ ଅରୁଜ
  • ୧୧ ବାଳିକାରେ ତମନ୍ନା ଓ ଆୟୁଷି
  • ୧୩ ବାଳିକା ବର୍ଗରେ ମିତ୍ତଲରାଣୀ ଓ ଶୁଭସ୍ମିତା
  • ୧୭ ବୟସ ବର୍ଗରେ ସଂପଦା ଓ ନନ୍ଦିନୀ ମଧ୍ୟରେ ଫାଇନାଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ବଲାଙ୍ଗିର ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌ରେ ଜିଲ୍ଲାର ସମସ୍ତ ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି ଫାଇନାଲ ଆଡକୁ ଅଗ୍ରସର ହେଉଛନ୍ତି । ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟଡିୟମରେ ହେଉଥିବା ଏହି ପ୍ରତିଯୋଗିତାରେ ସମସ୍ତ ବୟସ ବର୍ଗରୁ ରେକର୍ଡ ପରିମାଣର ୩୧୧ରୁ ଉଦ୍ଧ୍ୱର୍ ଖେଳାଳି ଉଭୟ ବାଳିକା, ବାଳିକା, ମହିଳା ପୁରୁଷ ତଥା ଭେଟେରାନର ବିଭିନ୍ନ ବୟସ ବର୍ଗ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଦ୍ୱିତୀୟ ଦିନ ଖେଳ ସନ୍ଧ୍ୟା ପର୍ଯ୍ୟନ୍ତ ୯ ବାଳକ ଓ ୧୧, ୧୩ ଓ ୧୭ ବାଳିକା ବୟସ ବର୍ଗରେ ଫାଇନାଲ ଲଢେଇ ପ୍ରାୟତଃ ଚୂଡାନ୍ତ ହୋଇଯାଇଅଛି । ୯ ବୟସ ବର୍ଗର ବାଳକ ଫାଇନାଲ ଖେଳ ସମଜିତ ପାଢୀ ଓ ଅରୁଜ ମାହାଣାଙ୍କ ମଧ୍ୟରେ ଅନୁଷ୍ଠିତ ହେଉଥିବା ବେଳେ ୧୧ ବୟସ ବର୍ଗ ବାଳିକା ବିଭାଗରେ ତମନ୍ନା ସାହୁ ଏବଂ ଆୟୁଷି ପଧାନ ମଧ୍ୟରେ ଅନୁଷ୍ଠିତ ହେବ । ଠିକ୍‌ ସେହିପରି ୧୭ ବୟସ ବର୍ଗ ବାଳିକା ବିଭାଗରେ ସଂପଦା ମହାନ୍ତି ଓ ନନ୍ଦିନୀ ଲାଲଙ୍କ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ୧୩ ବୟସ ବର୍ଗ ବାଳିକା ବିଭାଗରେ ମିତ୍ତଲ ରାଣୀ ଠାକୁର ଓ ଶୁଭସ୍ମିତା ଛତ୍ରିଆଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ୧୭,୧୯ ବୟସ ବର୍ଗରେ ଶୀର୍ଷ ମାନ୍ୟତା ପ୍ରାପ୍ତ ଖେଳାଳି ଦିବ୍ୟମ୍‌ କେଜ୍ରିୱାଲ, ଜୈଶ ଅଗ୍ରୱାଲ, ଶ୍ରୀୟାଂଶ ଅଗ୍ରୱାଲ, ଆଦିତ୍ୟ ମହାପାତ୍ର ପ୍ରମୁଖ ନିଜ ନିଜ ବିଭାଗରେ ପରବର୍ତ୍ତି ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଜିଲ୍ଲା ବ୍ୟାଡମିଣ୍ଟନ ସଂଘର ସଂପାଦକ ସୁରୁଲାଲ ମଟାରି ପ୍ରତିଯୋଗିତାକୁ ନେଇ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ପ୍ରତିଯୋଗିତାରୁ ବାହାରୁଥିବା ଖେଳାଳି ଆଗାମୀ ଦିନରେ ନିଶ୍ଚିତ ଭାବରେ ରାଜ୍ୟରେ ବ୍ୟାଡ ମିଣ୍ଟନ ଖେଳରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିବେ । ତୃଣମୂଳ ସ୍ତରରୁ ପ୍ରତ୍ୟେକ ବୟସ ବର୍ଗର ପ୍ରତିଯୋଗିତାରେ କରିବାର ମୂଳ ଲକ୍ଷ୍ୟ ହେଲା ପ୍ରତିଭା ଚିହ୍ନଟ କରିବା ତେଣୁ ଜିଲ୍ଲା ବ୍ୟାଡ ମିଣ୍ଟନ ସଂଘ ଏହି କାର୍ଯ୍ୟକ୍ରମ ଲକ୍ଷ୍ୟ ହାସଲ ନ ହେଲା ପର୍ଯ୍ୟନ୍ତ ଜାରି ରଖିବ । ସମସ୍ତ ମ୍ୟାଚର ସୁପରିଚାଳନା ପାଇଁ ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଦ୍ୱାରା ସ୍ୱିକୃତିପ୍ରାପ୍ତ ଚିଫ୍‌ ରେଫରି ହେମନ୍ତ ପ୍ରଧାନ, ଟେକନିଆଲ ଅଫିସିଆଲ ଅନନ୍ତ ବେହେରା, ମାନସ ମହାନ୍ତି, ଆଶିଷ ଦର୍ଜି, ଚନ୍ଦ୍ରଶେଖର ମିଶ୍ର, ରାଜ କିଶୋର ଶତପଥି, ବୈଷ୍ଣବ କବାଟ, ସୁନିଲ ବେହେରା ପ୍ରମୁଖ ଦାୟିତ୍ୱରେ ଅଛନ୍ତି । ମ୍ୟାଚ ସଂଯୋଜକ ଭାବରେ ସୁରେନ୍ଦ୍ର ନେପାଳ, କବିରାଜ ଠାକୁର, ବିରେନ ଲାଲ, ମ୍ୟାଚ କଣ୍ଟ୍ରୋଲର ଭାବରେ ଆକ୍ରମ ଖାନ, ସଟଲ କଣ୍ଟ୍ରୋଲର ଭାବରେ ଚନ୍ଦନ ମିଶ୍ର ଦାୟିତ୍ୱ ନିର୍ବାହ କରୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବ୍ୟାଡ ମିଣ୍ଟନ ସଂଘ ସଭାପତି ଗୋପାଲ ଚନ୍ଦ୍ର ପଣ୍ଡା, ଉପଦେଷ୍ଟ ବିରେନ୍ଦ୍ର ମିଶ୍ର, ଜିଲ୍ଲା ଉନ୍ନୟନ କମିଟି ମୁଖ୍ୟ ଶୁଭ୍ରାଂଶୁ ଶେଖର ମିଶ୍ର, ଉପସଭାପତି ଘନଶ୍ୟାମ ମିଶ୍ର, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଜିଲ୍ଲା ଉନ୍ନୟନ କମିଟି ସଂଯୋଜକ ଆଦିତ୍ୟ କେଜ୍ରିୱାଲ, ଶୁଶାନ୍ତ ଚୋପଦାର, ସୁଧିର ପଣ୍ଡା, ବାସୁଦେବ ବେହେରା, ସଂଜିବ ସାହାଣି, ଶୁଭମ ସାହୁ, ଲୋପନ ମିଶ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.