ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଥିବା ଚଉଷଠି ଯୁଗନି ସାହିତ୍ୟ କଳା ପରଷଦର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନୁଷ୍ଠାନର ସଭାପତି ଡ଼ଃ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା । ଆସନ୍ତା ମାସ ଗଣପର୍ବ ନୂଆଁଖାଇର ଭେଟ୍‌ଘାଟ୍‌ ପାଇଁ ୨୨/୯/୨୩ ଶୁକ୍ରବାର ଦିନ ସକାଳ ୧୦ଟା ସମୟରେ ମହାସମାରୋହରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ ହେବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ ବୋଲି କହିଛନ୍ତି । ବିଭିନ୍ନ ସ୍ଥାନରୁ ଅତିଥି ଗଣ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସଭାରେ ସଂପାଦକ ରଶ୍ମିରଞ୍ଜନ ପୁଟେଲ, ସୁରେଶ ଭୋଇ, ସାମ୍ବାଦିକ ଦୀପକ କୁମାର ଦାସ ଯାଦବ, ହୁଲେଶ୍ୱର ହଂସ, ରାଧେଶ୍ୟାମ ମେହେର, ରେଣୁରଞ୍ଜନ ବାଗ ତଥା ଅନୁଷ୍ଠାନର ସମସ୍ତ ସଭ୍ୟ ମାନେ ଉପସ୍ଥିତ ଥିଲେ । ଅଞ୍ଚଳରେ ଲୁକ୍କାୟିତ ପ୍ରତିଭା କିପରି ଭାବେ ଲୋକଲୋଚନକୁ ଆସି ପାରିବ ସେ ନେଇ ଏହି ଅନୁଷ୍ଠାନ ଗଠିତ ହୋଇଛି ।

Leave A Reply

Your email address will not be published.