pakka

ପ୍ରଫେସର ଜେ କେ ରାଓଙ୍କୁ ସାମୁହିକ ଶ୍ରଦ୍ଧାଞ୍ଜଳି

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣେ ଚର୍ଚ୍ଚିତ ଶିକ୍ଷାବିତ୍ ପ୍ରଫେସର ଜେ କେ ରାଓଙ୍କ ବିୟୋଗରେ ରାଉରକେଲାର ବିଭିନ୍ନ ଅନୁଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବାସନ୍ତୀ ପାଠାଗାରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡଃ ଶକ୍ତି ପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା ଓ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସହରର ବିଭିନ୍ନ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର, ଭଜକୃଷ୍ଣ ସାରସ୍ୱତ ସ୍ମୃତି ସଂସଦ, ବସୁଧୈବ କୁଟୁମ୍ବକମ୍‌, ୟୁଥ୍‌ ହଷ୍ଟେଲ, ସଚେତନ ନାଗରିକ ମଞ୍ଚ, ସୁନାଫୁଲ ସାହିତ୍ୟ ସଂସଦ, ପ୍ରଗତି ଉତ୍କଳ ସଂଘ, ବେଦବ୍ୟାସ ପୀଠ ବିକାଶ ମଞ୍ଚ ତରଫରୁ କର୍ମକର୍ତ୍ତାମାନେ ଯୋଗଦେଇ ପ୍ରଫେସର ରାଓଙ୍କ ଗୁଣାବଳୀର ସ୍ମୃତିଚାରଣ କରିଥିଲେ । ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ ତାଙ୍କୁ ମାନବିକତା ଓ ମହନୀୟତାର ଦ୍ୟୁତିମୟ ଜ୍ୟୋତି, ବଂଧୁବତ୍ସଳ, ଅମାୟିକ ବ୍ୟକ୍ତି ତଥା ଜଣେ ସୁନାମଧନ୍ୟ ଗୁରୁ ଓ ସଂଗଠକ ଭାବେ ଚିତ୍ରଣ କରିଥିଲେ । ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପଦ ସହ ବିଭିନ୍ନ ସାମାଜିକ ଓ ସାହିତ୍ୟାନୁଷ୍ଠାନରେ ନିଜର କର୍ମଦକ୍ଷତାର ଯେଉଁ ଛାପ ଛାଡିଛନ୍ତି ତାହା ଅନେକ ଦିନ ଧରି ମନେ ରହିବ ବୋଲି ମତ ରଖିଥିଲେ । କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିଭୁଦତ୍ତ ବେହେରା, ବିଭୁତି ଭୂଷଣ ଦାସ, ଗଦାଧର ରଥ, କୁଞ୍ଜବିହାରୀ ରାଉତ, ଅନିଲ କୁମାର ଦାଶ, ସୁନିଲ୍ ମହାନ୍ତି, ଅଜୟ କୁମାର ପ୍ରଧାନ, ଶରତ କୁମାର ରାଉତ, ଶ୍ରୀକାନ୍ତ ପାଣିଗ୍ରାହୀ, ଗୀତାଞ୍ଜଳି ମହାରଣା, ନିରୁପମା ଚାନ୍ଦ, ମମତା ମହାପାତ୍ର, ସ୍ବର୍ଣ୍ଣଲତା ଘଡେଇ, ସନ୍ତୋଷ କୁମାର ଜେନା, ଦିଗମ୍ବର ପାଢୀ, କୁଳମଣି ଦାସ, ଅରବିନ୍ଦ ପାତ୍ର, ଶରତ କୁମାର ସ୍ୱାଇଁ, ବସନ୍ତ କୁମାର ମହାରଣା, ପ୍ରକାଶ ପାଢୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କବି କୁଞ୍ଜବିହାରୀ ରାଉତ କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

16 − 3 =

error: Content is protected !!