oom

ବଲାଙ୍ଗିର ସହରରେ ଟ୍ରାଫିକ୍ ପୋଲିସ କର୍ମଚାରୀଙ୍କୁ ଛତା ବଣ୍ଟନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଟ୍ରାଫିକ ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଟ୍ରାଫିକ ଥାନାର ପୋଲିସ କର୍ମଚାରୀଙ୍କୁ ଆଜି ଶନିବାର ଭୁବନେଶ୍ୱର ସ୍ଥିତ ଆମ୍ବ୍ରି ହସ୍ପିଟାଲ ତରଫରୁ ଛତା ବଣ୍ଟନ କରାଯାଇଛି । ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ଲିଙ୍ଗରାଜ ନାଥ ଏହି ମହତ କାର୍ଯ୍ୟରେ ଯୋଗଦେଇ ଟ୍ରାଫିକ ଆଉଟ ପୋଷ୍ଟରେ କାର୍ଯ୍ୟରତ ଟ୍ରାଫିକ ପୋଲିସଙ୍କୁ ଛତା ବଣ୍ଟନ କରିଥିଲେ । ଟ୍ରାଫିକ ପୋଷ୍ଟରେ ଛିଡ଼ା ହୋଇ ଖରା ବର୍ଷା ଶୀତକୁ ଖାତିର ନ କରି ନିଜ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରୁଥିବା ଟ୍ରାଫିକ ପୋଲିସଙ୍କ ମନୋବଳକୁ ବୃଦ୍ଧି କରିବା ପାଇଁ ଏଭଳି କାର୍ଯ୍ୟକୁ ହାତକୁ ନିଆଯାଇଛି ବୋଲି ଡାକ୍ତର ଲିଙ୍ଗରାଜ ନାଥ କହିବା ସଂଗେ ସଂଗେ ବର୍ଷାଦିନରେ ଏହି ଛୋଟ ସହଯୋଗ ଟ୍ରାଫିକ ପୋଲିସ କର୍ମଚାରୀଙ୍କୁ ସାମାନ୍ୟ ଆସ୍ୱସ୍ତି ଦେବ ବୋଲି ଡାକ୍ତର ନାଥ ଆଶା ପ୍ରକଟ କରିଥିଲେ । ଟ୍ରାଫିକ ଥାନା ଅଧିକାରୀ ଦୟାନନ୍ଦ ଷଡଙ୍ଗୀ ଆମ୍ବ୍ରି ହସ୍ପିଟାଲର ଏଭଳି ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଞ୍ଜନ କୁମାର ବାରିକ ଏବଂ ବିଶ୍ଵନାଥ ଭୋଇ ଅଂଶଗ୍ରହଣ କରି ପରିଚାଳନାରେ ସହଯୋଗ କରିଥିଲେ । ହସପିଟାଲ ପକ୍ଷରୁ ଛତା ବଣ୍ଟନ କରିଥିବାରୁ ଟ୍ରାଫିକ୍ ପୋଲିସ କର୍ମଚାରୀମାନେ କୃତଜ୍ଞତା ଜଣାଇଥିଲେ ।

jittmm
Leave A Reply

Your email address will not be published.