oom

ଆସନ୍ତା ସେପ୍ଟେମ୍ବର ୬ରେ ସତ୍ୟ ନାରାୟଣ ବେହେରାଙ୍କ ଜନ୍ମ ବାର୍ଷିକ ପାଳନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠା ସଦସ୍ୟ ବରିଷ୍ଠ ସାମ୍ବାଦିକ, ସିନେ କଳାକାର ତଥା କବି ଲେଖକ ସ୍ୱର୍ଗତ ସତ୍ୟ ନାରାୟଣ ବେହେରା ଜନ୍ମ ବାର୍ଷିକ ଉତ୍ସବ ପାଳନ କରାଯିବ । ଏଥିପାଇଁ ସ୍ଥାନୀୟ ସାମ୍ବାଦିକ ଭବନଠାରେ ସତ୍ୟ ନାରାୟଣ ସ୍ମୃତି କମିଟି ପକ୍ଷରୁ ସଭାପତି ପ୍ରଦୀପ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଅସନ୍ତା ସେପ୍ଟେମ୍ବର ମାସ ୬ ତାରିଖ ବୁଧବାର ଦିନ ସକାଳ ୧୦ ଘଂଟା ୩୦ ମିନିଟରେ ସତ୍ୟ ନାରାୟଣ ଜନ୍ମ ବାର୍ଷିକ ଉତ୍ସବ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ପାଳନ କରାଯିବାର ବୈଠକରେ ନିଷ୍ପତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ‘ସାମ୍ପ୍ରାତିକ ସମାଜରେ ସାମ୍ବାଦିକତା’ ବିଷୟ ବସ୍ତୁ ଉପରେ ଆଲୋଚନାଚକ୍ର କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏହି ଆଲୋଚନାଚକ୍ରରେ କିଛି ବିଶିଷ୍ଟ ବକ୍ତା ଯୋଗଦାନ କରିବାର କାର୍ଯ୍ୟକ୍ରମ ରଖାଯାଇଛି । ପ୍ରଥମ ଥର ପାଇଁ ବଲାଙ୍ଗିର ବରିଷ୍ଠ ସାମ୍ବାଦିକ ନବୀନ ପଶାୟତଙ୍କୁ ସତ୍ୟନାରାୟଣ ସ୍ମୃତି ସାମ୍ମାନରେ ସମ୍ମାନୀତ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଆଗାମୀ ଦିନରେ କମିଟି ପକ୍ଷରୁ ଅନେକ ସାମାଜସେବା କାର୍ଯ୍ୟକ୍ରମଗୁଡିକ କରାଯିବା ପାଇଁ ସ୍ଥିରିକୃତ କରାଯାଇଛି । ସାଧାରଣ ସମ୍ପାଦକ ଶରତ କୁମାର ମହାକୁର, ନବୀନ ପଶାୟତ, ମନୋରଞ୍ଜନ ଯୋଶୀ, ଶରତ ଚନ୍ଦ୍ର ମିଶ୍ର, ତରୁଣ କୁମାର ସାହୁ, ଘଟେଶ୍ୱର ମିଶ୍ର, ଯୁଧିଷ୍ଠିର ମେହେର, ସାସ୍ମୀତା ସାହୁ, ଦୀପକ ପୁରୋହିତ, ମୁନା ଗୌଡ, ଗୁପ୍ତେଶ୍ୱର ପୃଷ୍ଠି, ପ୍ରଶାନ୍ତ ମହାକୁର ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ରଖିଥିଲେ । ସଭାଶେଷରେ ଅନୁଷ୍ଠାନର ସଦସ୍ୟ ବିଭୂକଲ୍ୟାଣ ଗଡତିଆ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.