ସଦର ଓ ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟିର ବ୍ଲକ ଘେରାଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଓଡିଶାର ସମସ୍ତ ୩୧୪ଟି ବ୍ଲକ ଅଫିସ ସମ୍ମୁଖରେ ରାଜ୍ୟର ବିଭିନ୍ନ ବ୍ଲକ ଅଫିସମାନଙ୍କରେ ବ୍ୟାପକ ପିସି କାରବାର, ଆବାସ ଯୋଜନା ଦୁର୍ନୀତି, ଅହେତୁକ ଦରଦାମ ବୃଦ୍ଧି, ନାରୀ ନିର୍ଯ୍ୟାତନା, ଚାଷୀମାରଣ ନୀତି, ଟାଟା କଂପାନୀର ଖାଉଟି ବିରୋଧୀ ବିଜୁଳି ନୀତି ବିରୁଦ୍ଧରେ ୯ ଗୋଟି ପ୍ରସଙ୍ଗ ସମ୍ବଳିତ ଦାବୀପତ୍ର ଉଭୟ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବ୍ଲକ ଓ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟି ତରଫରୁ ଉଭୟ ବ୍ଲକ କାର୍ଯ୍ୟାଳୟ ଘେରାଓ ସହ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମରେ ଉଭୟ ବ୍ଲକର ବିଡିଓଙ୍କୁ ଦାବୀପତ୍ର ଦିଆଯାଇଥିଲା । ସଦର ବ୍ଲକ ଘେରାଓ କାର୍ଯ୍ୟକ୍ରମରେ ସଦର ବ୍ଲକ କଂଗ୍ରେସ କମିଟି ସଭାପତି ରାମ ପ୍ରସାଦ ମିଶ୍ର ସଭାପତିତ୍ୱ କରିଥିବା ବେଳେ ପୁଇଁନ୍ତଲା ବ୍ଲକ ସମ୍ମୁଖରେ ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟିର ସଭାପତି ଉମାକାନ୍ତ ସାହୁ ସଭାପତିତ୍ୱ କରିଥିଲେ । ଉଭୟ ବ୍ଲକ ଅଂଚଳର ଶତାଧିକ କଂଗ୍ରେସ କାର୍ଯ୍ୟକର୍ତ୍ତା ଘେରାଓ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନିତି ଓ କାର୍ଯ୍ୟକଳାପକୁ ନିନ୍ଦା କରିବା ସଙ୍ଗେ ସଙ୍ଗେ ନାରାବାଜି ଦେଇଥିଲେ । ସଦର ବ୍ଲକ ଘେରାଓ କାର୍ଯ୍ୟକ୍ରମ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଘାସିରାମ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ସଦର ବିଧାୟକଙ୍କ ବ୍ଲକ ପ୍ରତିନିଧି କିଶୋର ସିଂହନିନା, ଲୋକନାଥ କୁମୁରା, ଯୁବ କଂଗ୍ରେସ ସଭାପତି ନାସୀର ଖାନ, ଠିକ୍‌ ସେହିପରି ପୁଇଁନ୍ତଲା ବ୍ଲକ ଘେରାଓ କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଉମାକାନ୍ତ ସାହୁ, ଜିଲ୍ଲା ଉପସଭାପତି ସନ୍ତକ ବହିଦାର, ଜିଲ୍ଲା ଏସ୍‌ସି ସେଲ ସଭାପତି ଓମ୍‌ ପ୍ରକାଶ କୁମ୍ଭାର, ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ବର୍ଷିୟାନ ନେତା ସତ୍ୟାନନ୍ଦ ସୁନା, ଜିଲ୍ଲା ପରିଷଦ ପ୍ରାର୍ଥୀ ଶୁଭ୍ରାଂଶୁ ପଣ୍ଡା, ବିରୋଦ ତାଣ୍ଡି, ସରୋଜ ମେଶ୍ୱା ପ୍ରମୁଖ ବରିଷ୍ଠ ନେତାମାନେ ନିଜ ବକ୍ତବ୍ୟରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଥିଲେ । ପ୍ରମୁଖ ଦାବୀମାନଙ୍କ ମଧ୍ୟରେ ରାଜ୍ୟ ସରକାର ନବୀନ ଓଡିଶାରେ ପ୍ରତି ପଂଚାୟତରେ ଘୋଷଣା କରିଥିବା ୫୦ଲକ୍ଷ ଟଙ୍କା ଅନୁଦାନ ସିଧା ସଳଖ ପଂଚାୟତକୁ ଦିଆଯାଉ ଏବଂ ଗ୍ରାମ୍ୟ ସଭା ନିଷ୍ପତ୍ତି ଅନୁଯାୟୀ ଏହି ଅର୍ଥ ଖର୍ଚ୍ଚ କରାଯାଉ, ବେରୋଜଗାର ଯୁବକ ଯୁବତୀଙ୍କୁ ନିଯୁକ୍ତି ସହ ଖାଲି ପଡିଥିବା ସରକାରୀ ପଦବୀ ଶୀଘ୍ର ପୁରଣ କରାଯାଉ, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସହିତ ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ଦ୍ରବ୍ୟର ଦରଦାମ ହ୍ରାସ କରାଯାଉ । କୃଷିଜାତ ଦ୍ରବ୍ୟର ଅଭାବି ବିକ୍ରି ତଥା ଧାନ ମଣ୍ଡିରେ କଟନି, ଛଟନି ଓ ବିଦ୍ୟୁତ ଲୋ ଭୋଲଟେଜ ସମସ୍ୟା ବନ୍ଦ କରିବା ସହ କୃଷିଜାତ ଦ୍ରବ୍ୟର ସଂରକ୍ଷଣ ସକାଶେ ଅତ୍ୟାଧୁନିକ ଶୀତଳ ଭଣ୍ଡାର ଖୋଳାଯାଉ, ନାରୀ ନିର୍ଯ୍ୟାତନା ବନ୍ଦ ସହ ଅନୁସୂଚିତ ଜାତି ଜନଜାତି ଓ ପଛୁଆ ବର୍ଗଙ୍କ ମୌଳିକ ଅଧିକାର ଯେପରି କ୍ଷୁର୍ଣ୍ଣ ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯାଉ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ବୋଲି ସମସ୍ତ ବକ୍ତା ନିଜ ବକ୍ତବ୍ୟରେ କହିଥିଲେ । ଉଭୟ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂକିର୍ତ୍ତନ ମେହେର, ରଘୁ ପ୍ରଧାନ, ଯୁବ ନେତା ଲଳିତ ପଟେଲ, ହରି ନନ୍ଦ, ରାଜ କିଶୋର ମିଶ୍ର, ଅଶୋକ କର୍ମୀ, ସୁଦାମ ଖମାରୀ, ରାମବୁଢା ଗାଏଗରିଆ, ପ୍ରଶନ୍ନ ରଣା, ତପନ ଚନ୍ଦନ, ଗଦାଧର ମହାପାତ୍ର, ପ୍ରଶନ୍ନ ବଗର୍ତ୍ତି, ଲେକରୁ ବଗର୍ତ୍ତି, ବଜରଂଗ ଅମାତ, ବଳଦେବ ସେଠ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.