ଜେଏସ୍‌ଏମ୍‌ ବାଣିଜ୍ୟ ଓ କଳା ମହାବିଦ୍ୟାଲୟରେ ମାନସିକ ଚାପ ପରିଚାଳନା ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନସିକ ଚାପ ପରିଚାଳନାକୁ ଏକ ସାଧନ, ରଣନୀତି, କିମ୍ବା କୌଶଳ ଭାବରେ ବ୍ୟାଖ୍ୟା କରାଯାଇଛି ଯାହାକି ମାନସିକ କିମ୍ବା ଶାରୀରିକ ସୁସ୍ଥତା ଉପରେ ନକାରାତ୍ମକ ପ୍ରଭାବକୁ ହ୍ରାସ କରିଥାଏ । ଛାତ୍ରମାନଙ୍କ ସମେତ ସମସ୍ତଙ୍କ ପାଇଁ ମାନସିକ ଚାପ ପରିଚାଳନା ଗୁରୁତ୍ୱପୂର୍ଣ୍ଣ ଅଟେ । ଜେଏସ୍‌ଏମ୍‌ ବାଣିଜ୍ୟ ଓ କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସିଏ ଶ୍ରୀକନ୍ତ ର୍ଶମାଙ୍କ ନେତୃତ୍ୟରେ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ଉପରେ ଜିଲା ସ୍ୱସ୍ତ୍ୟ ସମିତି ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସୁଖୀଶାମ ତ୍ରିପାଠୀ, ଡିଏମ୍‌ଏଚ୍‌ପି ବାଲାଙ୍ଗିର ଏବଂ ଡକ୍ଟର ଟିକିନା ବେହେରା, ସହକାରୀ ପ୍ରଫେସର, ସାଇକିଆଟ୍ରି ବିଭାଗ, ବିବିଏମ୍‌ସିଏଚ୍‌ ବଲାଙ୍ଗିର ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ମାନସିକ ଚାପ ପରିଚାଳନା ଉପରେ ସଚେତନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀମାନେ ଉପକୃତ ହେବା ସହିତ ମାନସିକ ଚାପ ବିଷୟରେ ଅନେକ କିଛି ଜାଣିଥିଲେ ଏବଂ ଆମର ଦୈନନ୍ଦିନ ଜୀବନରେ ମାନସିକ ଚାପକୁ କିପରି ପରିଚାଳନା କରିପାରିବା ଓ ସ୍ୱାସ୍ଥ୍ୟ ପ୍ରତି କିପରି ସଚେତନ ହେବା ତାହା ଶିଖିଥିଲେ ।

Leave A Reply

Your email address will not be published.

error: Content is protected !!