କୋଶଳେଶ୍ୱର ମାଲି ସମାଜ ବିକାଶ ପରିଷଦ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗାଁରେ ଥିବା କୋଶଳେଶ୍ୱର ମାଲି ସମାଜ ବିକାଶ ପରିଷଦ ଝଲପ ଅଞ୍ଚଳ କାର୍ଯ୍ୟାଳୟ ପାଇଁ ଆଜି ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଝଲପ ପଞ୍ଚାୟତର ସରପଞ୍ଚ ଗୀତାଫୁଲ ପୁଟେଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ଜିଲ୍ଲା ସଭାପତି କାର୍ତ୍ତିକ ପୁଟେଲ ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ଝଲପ ପଞ୍ଚାୟତର ସମିତି ସଭ୍ୟ ସୁଦାମ ଚରଣ ଭୋଇ, ଠେମରା ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ସମାଜର ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ଆୟୋଜକ କମିଟିର ସଭାପତି ସୁଦର୍ଶନ ପୁଟେଲ, ଉପସଭାପତି ରୁଷଭ ପୁଟେଲ, ସମ୍ପାଦକ ଦିବାକର ପୁଟେଲ, ସହ ସମ୍ପାଦକ ଲକ୍ଷେସ୍ୱର ପୁଟେଲ, କୋଷାଧ୍ୟକ୍ଷ ଗୋବିନ୍ଦ ପୁଟେଲ, ଡିଙ୍ଗର ପୁଟେଲ, ସମାଜସେବୀ ଭୋଜରାଜ୍ ପୁଟେଲ, ଅର୍ଜୁନ ପୁଟେଲ, ବର୍ଜ ପୁଟେଲ, ଡ଼ଗରେସ୍ୱର ପୁଟେଲ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବହୁ ମହିଳା ଓ ପୁରୁଷମାନେ ଉପସ୍ଥିତ ଥିବା ଦେଖିବାକୁ ମିଳୁଛି ।

jittmm
Leave A Reply

Your email address will not be published.