jayashree

ସିନ୍ଧେକେଲା ଜେଏମ୍‌ଡ଼ି ସ୍କୁଲରେ ୭୭ତମ ସ୍ଵାଧୀନତା ଦିବସ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ଜୟ ମା’ ଦ୍ୱାରସେହ୍ନି ଇଂଲିଶ ମିଡିୟମ ସ୍କୁଲରେ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ଦୁର୍ଗା ମଣ୍ଡପ ନିର୍ମାଣ କମିଟି ସଭାପତି ତଥା ପୂର୍ବତନ ବଣିକ ସଂଘ ସଭାପତି ସରୋଜ ଜୈନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉକ୍ତ ବିଦ୍ୟାଳୟର ଜାତୀୟ ପତାକା ଉତ୍ତୋଳନ କରିବା ସହ ସଲାମୀ ଦେଇଥିଲେ । ସମିତି ସଭ୍ୟ ତଥା ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଭୋଲାନାଥ ବେହେରା, ବିଦ୍ୟାଳୟ ପ୍ରତିଷ୍ଠାତା ଅନିଲ ଜୈନ, ବିଦ୍ୟାଳୟ ପରିଚାଳନା କମିଟି ଉପସଭାପତି ବିଦ୍ୟାଭୂଷଣ ନାଏକ, ଉପଦେଷ୍ଟା ପ୍ରଫୁଲ୍ଲ ସାହୁ, ନାଗରିକ କମିଟି ସଭାପତି ସୁରିୟା ସାହୁ, ଓୟୁଜେ ଜିଲ୍ଲା ସମ୍ପାଦକ (ଗ୍ରାମୀଣ) ସମ୍ପାଦକ ଅନିଲ କୁମାର ତ୍ରିପାଠୀ, ସାମ୍ବାଦିକ ଦିନେଶ ଜୈନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୭୭ତମ ସ୍ଵାଧୀନତା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ନିତେଶ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବକ୍ତବ୍ୟ ପ୍ରତିଯୋଗିତା ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରାଯାଇଥିଲା । ସେଥିରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶିକ୍ଷୟିତ୍ରୀ ଲିଲିମା ସାହୁ ଓ ପୂଜାରାଣୀ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ଶିକ୍ଷକ ମାନସ ସାହୁ, ଟିକେରାଜ ସାହୁ, ଟଙ୍କଧର ସାହୁ, ଶିକ୍ଷୟିତ୍ରୀ ସୁଜାତା ସିହ୍ନା, ମଧୁ ଛୁରା, ପ୍ରତିମା ଷଡ଼ଙ୍ଗୀ, ସୌଭାଗ୍ୟ ସାହୁ, ସସ୍ମିତା ନାଗ, ଶିକ୍ଷା କର୍ମଚାରୀ କିଶୋର ସାହୁ, ପଞ୍ଚାନନ ମହାନନ୍ଦ ପ୍ରମୁଖ କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଥିଲେ । ସେହିପରି ଭାବରେ ସ୍ଥାନୀୟ ଅମୃତ ସରୋବରରେ ସମିତି ସଭ୍ୟ ଭୋଳାନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଅବସରପ୍ରାପ୍ତ ଶିକ୍ଷକ ବିଦ୍ୟାଭୂଷଣ ନାଏକ ପତାକା ଉତ୍ତୋଳନ କରିଥିବା ବେଳେ ସ୍ଵୟ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତି ଗୃପର ମହିଳାମାନେ ଉପସ୍ଥିତ ଥିଲେ । କୁଡ଼ସୁଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ସ୍ୱାଧୀନତା ଦିବସ ଅବସରରେ ସରପଞ୍ଚ ସଂଗୀତା ବେହେରା ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଯୋଗାଣ ସହାୟକ, ପେକ୍ସ ସମ୍ପାଦକ ଧୁବଳେଶ୍ୱର ସାହୁ, ସଂଜୀବ ସାହୁ, ଉମେଶ ମହାନନ୍ଦ, ସଂଜୀବ ନାଏକ, ଭରତ ବାଗ, ଝଜ ସାହୁ, ନାରାୟଣ ବାଗ, ସୁବୋଧ ସାହୁ ହେମନ୍ତ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.