ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରୋବୋଇ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ଘନଶ୍ୟାମ ରାଉତ ସ୍ମୃତି କମିଟି ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲାସରେ ସହିତ ପାଳିତ ହୋଇଯାଇଛି । ଏଥିରେ ଗାନ୍ଧୀତତ୍ତ୍ୱ ପ୍ରଚାରକ ଅନାମ ଚରଣ ମଲ୍ଲିକ ଜାତୀୟ ପତକା ଉତ୍ତୋଳନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଘନଶ୍ୟାମ ରାଉତଙ୍କ ମଧ୍ୟମ ପୁତ୍ର ଦେବବ୍ରତ ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲା ପରିଷଦ ସଭ୍ୟା ଦିପ୍ତୀଶ୍ରୀ ରାଉତରାୟ, ପୂର୍ଣ୍ଣିମା ରାଉତରାୟ, ରୋଜାଲିନ ସ୍ୱାଇଁ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ । ସେହିପରି ବେରବୋଇ ସ୍ଥିତ କସ୍ତୁରବା ସେବା କେନ୍ଦ୍ରରେ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ।
Next Post