ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୫ଟି ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପଞ୍ଚ ଦିବସୀୟ ୫ଟି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ଉକ୍ତ ଅବସର ପାଇଁ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ସମ୍ବଲପୁର ଆର୍. ଡି ବିକାଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଶିକ୍ଷକମାନଙ୍କୁ ଡିଜିଟାଲ ଯୁଗସହ ପାଦ ମିଶାଇ ଚାଲିବା ପାଇଁ ଉଦ୍‌ବୁଦ୍ଧ କରିଥିଲେ । ସମ୍ମାନିତ ଅତିଥି ଭାବେ ବରଗଡ଼ ଜିଲ୍ଲା ଶିକ୍ଷାଧିକରୀ ମିତ୍ରଭାନୁ କଚ୍ଛପ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜ୍ୟୋତିକାନ୍ତ ସାହୁ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ ଓ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ଆର୍.ପି ଭାବେ ଝାରବନ୍ଧ, ପାଇକମାଲ ତଥା ପଦ୍ମପୁର ବ୍ଲକରୁ ଆସିଥିବା ୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ସୁରେନ୍ଦ୍ର ଭୋଇ ସଭା ପରିଚାଳନା କରିଥିଲେ ଏବଂ କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକୁ ସଫଳ କରିବା ପାଇଁ ଜ୍ୟୋତ୍ସା ରାଣୀ ସାହୁ, ବୃନ୍ଦାବନ ଦାସ, ଜୀବନାନନ୍ଦ ସାହୁ, ରବୀନା ପଧାନ, ସଂଯୁକ୍ତା ଭୋଇ, ଜ୍ୟୋତି ରେଖା ମହାନନ୍ଦ, ମମତା ମିଶ୍ର, ପ୍ରଭାତୀ ପଟ୍ଟନାୟକ, ନିଳୀମା ରାଣୀ ମହାନ୍ତି, ସୁଷମା ଦାଶ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ, କମଳା କୁମ୍ଭାର ସହାୟତା କରିଥିଲେ ।

jittmm
Leave A Reply

Your email address will not be published.