ସିଲେଇ ଶିକ୍ଷା କେନ୍ଦ୍ର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହିଳାମାନଙ୍କୁ ସ୍ୱାବଳମ୍ବୀ ଓ ସ୍ୱରୋଜଗାରକ୍ଷମ କରିବା ଲକ୍ଷ୍ୟ ନେଇ ଏକ ସିଲେଇ ଶିକ୍ଷା କେନ୍ଦ୍ର ଟିକ୍ରାପଡା ସ୍ଥିତ ଭଗତସିଂ କ୍ଲବ ନିକଟରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅଜିତ ପାଲ, ସୁପ୍ରିମ ଟାକ୍ସ ଜେନେରାଲ ହସ୍‌ପିଟାଲ, ନେତ୍ରନିକେତନ ଓ ବିଏସ୍‌ସି ନରସିଂ କଲେଜର ଡାଇରେକ୍ଟର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଦମୟନ୍ତୀ ବାଗ ଓ ୱାର୍ଡ ନଂ.୧୫ କାଉନସିଲର ମହେନ୍ଦ୍ର ବାଗ ପ୍ରମୁଖ ଯୋଗ ଦେଇଥିଲେ । ଏହି ସିଲେଇ ଶିକ୍ଷା ୬ ମାସ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନେ ଗ୍ରହଣ କରିବେ । ଶିକ୍ଷା ୬ ମାସ ପରେ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ । ଏହା ସହିତ ସେମାନେ ସାୟା, ବ୍ଲାଉଜ, ସେନିଟେରୀ ପ୍ୟାଡ ପ୍ରସ୍ତୁତ କରି ତାକୁ ପେକିଂ କରି ବଜାରରେ ବିକିବେ । ମୁଖ୍ୟ ଅତିଥି ଶ୍ରୀ ପାଲ ଏହି ଅବସରରେ ଦୁଇଟି ସିଲେଇ ମେସିନ ପ୍ରଦାନ କରିବା ସହିତ ଉପସ୍ଥିତ ଥିବା ୨୧ ସିଲେଇ ଶିକ୍ଷାର୍ଥୀଙ୍କୁ ଫାଇଲ, ଖାତା ଓ ଫିତା ମଧ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ନ୍ୟୁ ଦିଗନ୍ତ ଫାଉଣ୍ଡେସନ ସଂସ୍ଥାର ସହଯୋଗରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ରୁପେଶ କୁମାର ନାଗ ପରିଚାଳନା କରିଥିବା ବେଳେ ରଂଜିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱଜିତ ପାଲ, ଝରଣା ସାହୁ, ଅଙ୍କିତା ପଟ୍ଟନାୟକ, କଲ୍ୟାଣୀ ଗଡତ୍ୟା, ମଞ୍ଜୁଲତା ଦୀପ, ଆଶାରାଣୀ ଚୌଧୁରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.