୭୭ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଇନ୍ଦିରା ନଗର ସ୍ଥିତ ଶ୍ରୀ ଶ୍ରୀ ଶବରୀ ନାରାୟଣ ମନ୍ଦିର (ଧର୍ମଶାଳା) ପରିସରରେ ୭୭ତମ ସ୍ୱାଧୀନତା ଦିବସ ଅବସରପ୍ରାପ୍ତ ଡାକ କର୍ମଚାରୀ ସଂଘ, ଜୟଦେବ କଳା ସଂସଦ ଓ ବିଶ୍ୱାବସୁ ସଂଘ ବଲାଙ୍ଗିରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ସତ୍ୟନାରାୟଣ ଭୋଇ ସଭାପତି ଜିଲ୍ଲା ଆଦିବାସୀ ସଂଘ ବଲାଙ୍ଗିର ପତାକା ଉତ୍ତୋଳନ କରିଥିଲେ । ନିଳାଚନ୍ଦ୍ର ହୋତା, ଦିଲିପ କୁମାର ସିଂହଦେଓ ସ୍ୱାଧୀନତା ଦିବସ ଉପରେ ଆଲୋକପାତ କରିଥିଲେ । ସ୍ୱାଧୀନତା ଦିବସ ପାଳନ ସମାରୋହ କାର୍ଯ୍ୟକ୍ରମ ପରେ କୋଭିଡ ୧୯ରେ ମୃତ୍ୟୁବରଣ କରିଥିବା ସ୍ୱର୍ଗତ ଧିରେନ୍ଦ୍ର ବିଶିଙ୍କ ଧର୍ମପତ୍ନୀ ନିରୁପମା ବିଶି ତଥା ତାଙ୍କର ତିନିଗୋଟି ସନ୍ତାନ ସନ୍ତତିଙ୍କୁ ବିଶ୍ୱାବସୁ ଶବର ସଂଘ ତରଫରୁ ଉପଢୌକନ ସହିତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏତତ୍‌ ବ୍ୟତୀତ ସ୍ୱର୍ଗତ ସୁଦାମ ବୁଡେକଙ୍କର ଦୁଇଟି ଗୋଟି ସନ୍ତାନଙ୍କୁ ମଧ୍ୟ ସମ୍ମାନିତ କରାଯାଇ ବସ୍ତ୍ର ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜୟଦେବ କଳା ସଂସଦର ଗୁରୁ କ୍ଷମାସାଗର ଯୋଷୀ ଓ ଅନ୍ୟାନ୍ୟ କଳାକାରବୃନ୍ଦ, କଳାଧାମ ବଲାଙ୍ଗିର ଗୁରୁ ଦିଲିପ କୁମାର ସିଂହଦେଓ ଓ ସର୍ବ ଭାରତୀୟ ଅବସରପ୍ରାପ୍ତ ଡାକ ବିଭାଗ ସଂଘ ବଲାଙ୍ଗିର ଶାଖାର ସମ୍ପାଦକ ବୃଷଭ ସା, ମଧୁ ମିର୍ଦ୍ଧା, ଲକ୍ଷରାମ ଶବର, ଅଶ୍ୱନୀ କୁମାର ବୁଡେକ, ରାସ ବିହାରୀ ଭୋଇ, ଧନସିଂ ଭୋଇ, କୋଶବ ଭୁଏ, ଧର୍ମ ଭୁଏ, ରାଜ କୁମାର ଶବର, ଭୁବନ ନାରଦ, ପ୍ରହଲ୍ଲାଦ ଯୋଷୀ, ରମାକାନ୍ତ ପାଣିଗ୍ରାହୀ, ପିତାମ୍ବର ମଲ୍ଲିକ, ସଂସାର ନାଗ, ଯଥା ବିଶ୍ୱାଲ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.