jayashree

ସ୍ୱାଧୀନତା ଦିବସ ଅଭିଭାଷଣରେ ଭାରତର ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ପ୍ରତ୍ୟେକ ମହାନ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

  • ୧୪୦ କୋଟି ଦେଶବାସୀଙ୍କୁ ତାଙ୍କ ପରିବାରଜନ ବୋଲି କହିଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଭାଷଣ ଦେଇ ତାଙ୍କର ୧୪୦ କୋଟି ‘ପରିବାର ସଦସ୍ୟ’ଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶ ପ୍ରତି ଥିବା ବିଶ୍ୱାସକୁ ଉଲ୍ଲେଖ କରିଛନ୍ତି ।

ଭାରତର ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ପ୍ରତ୍ୟେକ ମହାନ ବ୍ୟକ୍ତିଙ୍କୁ ଶ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଅଧୀନରେ ଅସହଯୋଗ ଆନ୍ଦୋଳନ ଓ ସତ୍ୟାଗ୍ରହ ଆନ୍ଦୋଳନ ଏବଂ ଭଗତ ସିଂହ, ସୁଖଦେବ ଓ ରାଜଗୁରୁ ଏବଂ ଅନେକ ବୀରଙ୍କ ବଳିଦାନକୁ ସ୍ମରଣ କରି ସେ କହିଥିଲେ ଯେ ସେହି ପୀଢ଼ିର ପ୍ରାୟ ସମସ୍ତେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ।

ଏହି ଗୁରୁତ୍ୱପୂର୍ଣ୍ଣ ବର୍ଷରେ ହେବାକୁ ଥିବା ପ୍ରମୁଖ ବାର୍ଷିକୀ ଉପରେ ସେ ଆଲୋକପାତ କରିଥିଲେ । ଆଜି ମହାନ ବିପ୍ଳବୀ ତଥା ଆଧ୍ୟାତ୍ମିକତାର ପ୍ରତୀକ ଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନ ହେଉଛି । ସେ ସ୍ୱାମୀ ଦୟାନନ୍ଦଙ୍କ ଜୟନ୍ତୀର ୧୫୦ତମ ବାର୍ଷିକୀ, ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜୟନ୍ତୀ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହାକୁ ଅତି ଉତ୍ସାହର ସହ ପାଳନ କରାଯିବ । ସେ ଭକ୍ତି ଯୋଗ ସନ୍ଥ ମୀରା ବାଇଙ୍କ ୫୨୫ ବର୍ଷ ପୂର୍ତ୍ତି ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଆସନ୍ତା ସାଧାରଣତନ୍ତ୍ର ଦିବସ ମଧ୍ୟ ୭୫ତମ ସାଧାରଣତନ୍ତ୍ର ଦିବସ ହେବ ବୋଲି ସେ କହିଛନ୍ତି । ଅନେକ ଦୃଷ୍ଟିକୋଣ, ଅନେକ ସୁଯୋଗ, ଅନେକ ସମ୍ଭାବନା ସହ ନୂତନ ପ୍ରେରଣା, ନୂତନ ଚେତନା ଓ ନୂତନ ସଂକଳ୍ପ ଦେଶ ଆଗକୁ ବଢିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

Leave A Reply

Your email address will not be published.