ଆଜାଦୀ କା ଅମୃତ ମହୋତ୍ସବ ସ୍ୱରୂପ ଆଇ.ଆର୍‌.ଇ.ଏଲ୍. ପାଳନ କଲା ସ୍ୱାସ୍ଥ୍ୟ ସେବା ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜାଦୀ କା ଅମୃତ ମହୋତ୍ସବ ସ୍ୱରୂପ ଭାରତ ସରକାରଙ୍କ ପ୍ରତିଷ୍ଠାନ ଆଇ.ଆର.ଇ.ଏଲ୍.(ଇଣ୍ଡିଆ) ଭବ୍ୟ ଆନନ୍ଦ ଓ ସରସ ସୁନ୍ଦର ଭାବେ ପାଳନ କରିଛି । ଗରିବଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରି ମାଗଣାରେ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରିଛି । ୭୭ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବଦିନ ସ୍ୱାଧୀନତାର ତ୍ରିରଙ୍ଗା ବର୍ଣ୍ଣରେ ଚାନ୍ଦୁଆ, ଛତ୍ରୀ, ତୋରଣ ସହ ବେଲୁନ ଦ୍ୱାରା ସୁସଜ୍ଜିତ କରାଇ ସ୍ଵାଧୀନ ଚିନ୍ତନ ମନ-ପ୍ରାଣର ଉନ୍ମାଦନା ଆଣି ଦେଇଛି । ଯାହାକି, ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆଇ.ଆର୍‌.ଇ.ଏଲ୍. (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଏକ ଭ୍ରାମ୍ୟମାଣ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ସୋମବାର ଆୟୋଜିତ ହୋଇଯାଇଛି । ଆଞ୍ଚଳିକ ସ୍ତରର ବହୁ ଗରୀବ ଖଟିଖିଆ, ଚାଷୀ, ମୂଲିଆ ଶ୍ରେଣୀର ଲୋକମାନେ ମାଗଣାରେ ଔଷଧ ଓ ଚିକିତ୍ସା ସେବା ପାଇ ସଭିଏଁ ଖୁସିବ୍ୟକ୍ତ କରି ପ୍ରଶଂସାର ଆଭାସ ଦେଇ ଆଇ.ଆର୍‌.ଇ.ଏଲ୍. (ଇଣ୍ଡିଆ) କର୍ତ୍ତୃପକ୍ଷଙ୍କୁ ଗ୍ରାମର ସରପଞ୍ଚ, ସମିତି ସଭ୍ୟ, ଗ୍ରାମ୍ୟ ମୁଖ୍ୟଗଣ ସାଧୁବାଦ ଦେଇଛନ୍ତି । ଉକ୍ତ ସ୍ଥାନରେ ହସ ଖୁସି ଭରି ଦେଇଛି, ପ୍ରାୟତଃ ତିନିଶହ ଗ୍ରାମୀଣ ଜନତାଙ୍କୁ, ଡାକ୍ତରୀ କର୍ତ୍ତୃପକ୍ଷ ସେହିମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଶିବିରରେ ଶିବିର ପରିଦର୍ଶନ କରିବା ସାଂଗକୁ ହିତାଧିକାରୀ, ଉପଭୋକ୍ତା ତଥା ରୋଗୀମାନଙ୍କ ସହ ସିଧାସଳଖ କଥାବାର୍ତ୍ତା କରି ଆଇ.ଆର.ଇ.ଏଲ୍ ମହାପ୍ରବନ୍ଧକ (ମାଇନିଂ ଓ ମିନିରାଲ ଡିଭିଜନ) ସି.ଭି.ଆର. ମୂର୍ତ୍ତି ଯୋଗଦେଇ ଶିବିର ପରିଦର୍ଶନ କରିବା ସାଂଗକୁ ହିତାଧିକାରୀ, ଉପଭୋକ୍ତା ତଥା ରୋଗୀମାନଙ୍କ ସହ ସିଧାସଳଖ କଥାବାର୍ତ୍ତା କରିଛନ୍ତି । ବହିଃ-ଚିକିତ୍ସା କ୍ଷେତ୍ରରେ କମ୍ପାନୀ ଆଗକୁ ଆହୁରି ଅନେକ ଆଶୁ ଆରୋଗ୍ୟ ନିମନ୍ତେ ପଦକ୍ଷେପ ଗ୍ରହଣ କରିବ ବୋଲି କହିଛନ୍ତି । ଡିଜିଏମ୍ ରିସୋର୍ସ ନରେନ୍ଦ୍ର କୁମାର ନାୟକ, ମ୍ୟାନେଜର ରିସୋର୍ସ ଦୀପକ ମିଶ୍ର, ବରିଷ୍ଠ ଡାକ୍ତର ଅର୍ଦ୍ଧେନ୍ଦୁପାଲ୍, ଆଇ.ଆର.ଇ.ଏଲ୍ ମେଡ଼ିକାଲର ମୁଖ୍ୟ ଚିକିତ୍ସାଳୟ ଅଧିକାରଣୀ ଡାକ୍ତର ବି.ଶୁଭା ପ୍ରମୁଖ କମ୍ପାନୀ ସ୍ୱାସ୍ଥ୍ୟ କର୍ମୀ ପ୍ରମୁଖ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶିବିରରେ ସ୍ଥାନୀୟ ସରପଞ୍ଚ, ସ୍ଥାନୀୟ ନେତା ତଥା ସମାଜସେବୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଆୟୋଜିତ ଶିବିରରେ ଯୋଗଦେଇଥିଲେ ।

Leave A Reply

Your email address will not be published.