ଛତ୍ରପୁରସ୍ଥ ଜିଲ୍ଲା କାର୍ଯ୍ୟାଳୟରେ ଓକେସିଏଲ୍‌ର ଅଧିକୃତ କେନ୍ଦ୍ର ସଞ୍ଚାଳକଙ୍କ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଥିବା ଓକେସିଏଲ୍‌ର ଅଧିକୃତ କେନ୍ଦ୍ରମାନଙ୍କ ସଞ୍ଚାଳକଙ୍କ ଏକ ବୈଠକ ଜିଲ୍ଲା ମହକୁମାସ୍ଥ ଛତ୍ରପୁରର ଜିଲ୍ଲା ମୁଖ୍ୟକେନ୍ଦ୍ର ଓକେସିଏଲ୍‌ କାର୍ଯ୍ୟାଳୟ ପରିସରରେ ରବିବାର ଆୟୋଜିତ ହୋଇଯାଇଛି । ଓକେସିଏଲ୍‌ର ଗଞ୍ଜାମ ଜିଲ୍ଲା ମୁଖ୍ୟ ଏସ୍‌. ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଉଦ୍‌ଘାଟନ କରିବା ସହ ନୂତନ ପ୍ରଯୁକ୍ତି ବିଦ୍ୟାର ସଫଳ ରୂପାୟନ କରିବା ପାଇଁ ରାଜ୍ୟ ସରକାର ହାତକୁ ନେଉଥିବା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଉପସ୍ଥିତ ଉଦ୍ୟୋଗୀମାନଙ୍କୁ ଆହ୍ୱାନ ଦେଇଥିଲେ । ଓକେସିଏଲ୍‌ର ଗଜପତି ଜିଲ୍ଲା ମୁଖ୍ୟ ଶ୍ରୀକାନ୍ତ ମହାନ୍ତି ଓକେସିଏଲ୍‌ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାର ଶ୍ରେଷ୍ଠ ପ୍ରଦର୍ଶନକାରୀ ଅଧିକୃତ କେନ୍ଦ୍ରମାନଙ୍କ ସଞ୍ଚାଳକଙ୍କୁ ଏହି ଅବସରରେ ପୁରସ୍କୃତ କରିଥିଲେ । ଗଞ୍ଜାମ ଓ ଗଜପତି ଜିଲ୍ଲାର ୫୨ ଜଣ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.