csstore

ସଂକୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ସଂକୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାକୁ ଶ୍ରୀମତୀ ଭାରତୀ ପଟ୍ଟନାୟକ (ଏନ୍‌ଏସି ଉପାଧ୍ୟକ୍ଷା) ଉଦ୍‌ଘାଟନ କରି ପ୍ରତିଭାଗୀ ଶିଶୁମାନଙ୍କୁ ଉତ୍ସାହିତ କରିଥିବା ବେଳେ ଆଜିର ଉଦ୍‌ଯାପନୀ ଉତ୍ସବରେ ସଂକୁଳ ପ୍ରମୁଖ ଦ୍ୱାଦଶ କୁମାର ପଧାନ ଯୋଗଦେଇ ଉଦ୍‌ଯାପନୀ ଘୋଷଣା କରି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଉକ୍ତ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ସତ୍ୟନାରାୟଣ ସାହା ଗୁରଜୀ ପରିଚାଳନା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଉଦ୍ଦେଶ୍ୟ ଜ୍ଞାପନ, ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମମତା ଗଡ଼ତିଆ ବିଭାଗ ବିଜ୍ଞାନ ପ୍ରମୁଖ ବୃତ୍ତ କଥନ କରିଥିଲେ । ଚୈତନ୍ୟ ଭୋଇ ସହ ପ୍ରଧାନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିବା ବେଳେ କଲ୍ୟାଣୀ ମିଶ୍ର ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସଂକୁଳ ଜ୍ଞାନ ବିଜ୍ଞାନ ମେଳାରୁ ଶିଶୁବର୍ଗ, ବାଳବର୍ଗ ଓ କିଶୋର ବର୍ଗରୁ ୩୭ ଜଣ ଶିଶୁମାନଙ୍କୁ ପ୍ରକଳ୍ପ ପ୍ରଦର୍ଶନ, ପ୍ରୟୋଗ, ବୈଦିକ ଗଣିତ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରଶ୍ନମଞ୍ଚ, ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ ଓ ପତ୍ରବାଚନରେ ବିଭାଗ ସ୍ତରକୁ ଉନ୍ନୀତ କରାଯାଇଛି । ଏହି ଜ୍ଞାନ ବିଜ୍ଞାନ ମେଳାରେ ୩୦ ଜଣ ବିଚାରକ ଓ ୩୦ ଜଣ ପରିଚାଳକ ଯୋଗଦାନ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

jayashree
Leave A Reply

Your email address will not be published.